ETV Bharat / state

କାର-ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର

author img

By

Published : Apr 25, 2022, 8:54 AM IST

ବରଗଡ଼ରେ କାର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବୁର୍ଲା ବଡ଼ ମେଡିକାଲକୁ ପଠାଯାଇଛି । ଅଧିକ ପଢ଼ନ୍ତୁ

କାର-ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
କାର-ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର

ବରଗଡ଼: ବରଗଡ଼ ସହର ସ୍ଥିତ ହଳଦିପାଲି ଛକରେ ଏକ ଯାତ୍ରୀବାହୀ ବସ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ କାର ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବରଗଡ଼ ପୌରପରିଷଦ ଅଧିନସ୍ଥ ୱାର୍ଡ ନଂ-୧୩ ବାସିନ୍ଦା ଭକ୍ତ ଗୁର୍ଲା(୨୮) । ଗୁରୁତରମାନେ ହେଲେ ବରଗଡ଼ ୱାର୍ଡ ନଂ- ୮ର ଲଳିତ ସୁନା (୧୮), ୱାର୍ଡ ନଂ-୭ର ନୀତିନ ଦାସ(୩୧) ଓ ଶୁଭମ ସାହୁ(୨୫) ବୋଲି ଜଣାପଡ଼ିଛି ।

ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଶୁଭମ ଏବଂ ନିତିନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୀମସାର, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଚାରିଜଣ ଯୁବକ ସାଙ୍ଗହୋଇ ଏକ କାରରେ ବାହାରକୁ ଯାଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.