ETV Bharat / state

ମହୁଲ ସଂଗ୍ରହ ବେଳେ ଦଳି ମାରିଲା ହାତୀ - ହାତୀ ଆକ୍ରମଣ ମୃତ୍ୟୁ

ମହୁଲ ସଂଗ୍ରହ କରୁଥିବା ସମୟରେ ଦଳି ଦେଲା ହାତୀ । ବରଗଡ ପଦ୍ମପୁର ଉପଖଣ୍ଡ ଖେସ ରେଞ୍ଜ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ମହୁଲ ସଂଗ୍ରହ ବେଳେ ଦଳି ମାରିଲା ହାତୀ
ମହୁଲ ସଂଗ୍ରହ ବେଳେ ଦଳି ମାରିଲା ହାତୀ
author img

By

Published : Apr 18, 2021, 9:56 PM IST

ବରଗଡ: ମହୁଲ ସଂଗ୍ରହ କରୁଥିବା ସମୟରେ ଆକ୍ରମଣ କଲା ହାତୀ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ବରଗଡ ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅଧିନସ୍ଥ ଖଲିଆମୁଣ୍ଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ସେହି ଗ୍ରାମର ଲାଦୁ ବଢେଇ ।

ମହୁଲ ସଂଗ୍ରହ ବେଳେ ଦଳି ମାରିଲା ହାତୀ

ସୂଚନାଯୋଗ୍ୟ, ଲାଦୁ ବଢେଇ ଭୋର ସକାଳୁ ନିଜ ବିଲକୁ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା ଓ ସେ ଘଟଣାସ୍ଥଳରେ ଆଖି ବୁଜିଥିଲେ ।

ତେବେ ବର୍ତ୍ତମାନ ଘେସ ରେଞ୍ଚ ଅଞ୍ଚଳରେ ତିନି ଗୋଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିବା କୁହାଯାଇଥିବା ବେଳେ କିନ୍ତୁ ସ୍ଥାନୀୟ ଜନସାଧାରଣ ଏହାକୁ ଖଣ୍ଡନ କରିଛନ୍ତି । ଝାଞ୍ଜ ପାହାଡ ପାଦଦେଶ ଅଞ୍ଚଳରେ ଧାନ ଅମଳ ତଥା ମହୁଲ ଫୁଲ ସଂଗ୍ରହ ସମୟରେ ହାତୀ ଜନବସତି ମୁହାଁ ହେଇଥାନ୍ତି । ତେଣୁ ଜନସାଧାରଣଙ୍କୁ ହାତୀ ସମ୍ବନ୍ଧିତ ସଚେତନତା ନିହାତି ଜରୁରୀ । ହେଲେ ବନ ବିଭାଗର ଖାମଖିଆଲି ଯୋଗୁଁ ପ୍ରତିବର୍ଷ ଲୋକଙ୍କ ଧନ ଜୀବନ ହାନି ହେଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.