ବରଗଡ: ବନ୍ୟାପାଣି ଦେଖିବାକୁ ଆସି ପାଣିରେ ବୁଡିଗଲେ ଜଣେ ଶିଶୁକନ୍ୟା । ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସମସ୍ତ ନଦୀ ଗୁଡିକର ବନ୍ୟା ପାଣି ଆସିଛି ।
ଏହି ପାଣି ଦେଖିବାକୁ ଆସି ବରଗଡ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବା ବେଳେ ପୋଲ ଉପରୁ ଖସି ପଡି ଗତ ଗୁରୁବାର ଏକ ଶିଶୁକନ୍ୟା ଭାସି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟ ଅନେକ ଖୋଜାଖୋଜି ସତ୍ବେ ପାଇନଥିଲେ । ରାତ୍ରୀ ବିଳମ୍ବିତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଥିଲା । ତେବେ ଆଜି ( ଶୁକ୍ରବାର) ତାଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି ।
ଶିଶୁକନ୍ୟା ଜଣଙ୍କ ସର୍ଲା ଆନ୍ଧ୍ରପଡାର ଡି. ପୋଡ୍ଡିରାଜୁଙ୍କ 4 ବର୍ଷର ଝିଅ ଗିରିଜା ହର୍ଷିନୀ ହୋଇଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ବରଗଡରୁ ରାଜେସ ସରାଫ, ଇଟିଭି ଭାରତ