ବରଗଡ: ଜନ୍ମ ଏବଂ ମୃତ୍ୟୁ ଏହା ହେଉଛି ଦୁନିଆର ସବୁ ପ୍ରକୃତ ସତ୍ୟ । ଆଉ ଏହି ସତ୍ୟକୁ ବୁଝିପାରିଥିବା ବରଗଡର ସମାଜସେବୀ ବିକାଶ ଅଗ୍ରୱାଲ ଏକ ଅଦ୍ଭୁତ ପଦକ୍ଷେପ ନେଇ ମଣିଷ ସମାଜକୁ ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି | ନିଜର ଜନ୍ମ ଦିନରେ ବିକାଶ ଏକ ଅଜଣା ମୃତ ଦେହାକୁ କାନ୍ଧ ଦେଇ ଏହାର ସତ୍କାର କରିଛନ୍ତି ।
ଆଜିର ଆଧୁନିକ ଯୁଗରେ ଲୋକେ ନିଜ ଜନ୍ମଦିନକୁ ବେଶ ଧୁମଧାମ ଓ ଆଡମ୍ବରରେ ପାଳନ କରୁଛନ୍ତି । ହେଲେ ବରଗଡ ସଂକଳ୍ପ ପରିବାରର ସମାଜସେବୀ ବିକାଶ ଅଗ୍ରୱାଲ ନିଜ ଜନ୍ମଦିନରେ ଅଜଣା ମୃତ ଦେହକୁ ଦାହ ସଂସ୍କାର କରିଥିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜଣେ ମୃତ ବ୍ୟକ୍ତିର କେହି ପରିଜନ ନଥିବା ବେଳେ ମୃତ ଦେହଟି ପଡିରହିଥିଲା | ତେବେ ଏହି ଘଟଣାର ଖବର ପାଇ ବିକାଶ ଏବଂ ପଶ୍ଚିମ ଓଡିଶା ଯୁବା ମଞ୍ଚ ସଙ୍ଗଠନର ମିଳିତ ଉଦ୍ୟମରେ ମୃତ ଦେହକୁ ଶ୍ମଶାନ ଘାଟକୁ ନିଆଯାଇ ଏହାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଆଜିର ସ୍ବାର୍ଥପର ଦୁନିଆରେ ବିକାଶ ଅଗ୍ରୱାଲଙ୍କର ଏପରି ନିଃସ୍ଵାର୍ଥ ସମାଜସେବା ଅନ୍ୟମାନଙ୍କ ପାଇଁ ଏକ ନିଶ୍ଚୟ ପ୍ରେରଣା ସାଜିବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ