ETV Bharat / state

Bharat Jodo Yatra In Bargarh: ପାଦରେ ପାଦ ମିଶାଇ ଚାଲିଲେ ଶତାଧିକ କଂଗ୍ରେସ କର୍ମୀ - ଭାରତ ଯୋଡୋ ପଦଯାତ୍ରା

ବରଗଡ଼ ଜିଲ୍ଲାରେ ଗତକାଲି ଆରମ୍ଭ ହେଲା କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା । ସାମିଲ ହେଲେ ଶତାଧିକ କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ

Bharat jodo padayatra
କଂଗ୍ରେସର ଭାରତ ଯୋଡୋ ପଦଯାତ୍ରା
author img

By

Published : Jan 22, 2023, 9:06 AM IST

ବରଗଡ଼: ଅତାବିରା ବ୍ଳକରୁ ଆରମ୍ଭ ହେଲା କଂଗ୍ରେସ କମିଟିର ଭାରତ ଯୋଡୋ ଯାତ୍ରା । ଅସ୍ଥାୟୀ କ୍ୟାମ୍ପରୁ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ ହୋଇ ବରଗଡ଼ ଟାଉନ ଦେଇ ବରପାଲି ବ୍ଲକ ପର୍ଯ୍ୟନ୍ତ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଶହସ୍ରାଧିକ ଲୋକେ ସାମିଲ ହୋଇଥିଲେ । ଏହି ପଦଯାତ୍ରୀ ଦଳ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଥିଲା । ଦୁଲଦୁଲି ବାଜାର ତାଳେ ତାଳେ ପଦଯାତ୍ରୀମାନେ ଆଗକୁ ବଢୁଥିବା ବେଳେ ରାସ୍ତାରେ କୋଶଳ ଆନ୍ଧ୍ର କଲ୍ୟାଣ ମଣ୍ଡପ ପାଖରେ କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନର କର୍ମକର୍ତ୍ତା ପିସିସି ସଭାପତିଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପରେ ଅତାବିରା ଥାନା ପାଖରେ ଅତାବିରା ଗ୍ରାମ୍ୟ କମିଟି, ମହିଳା ସମିତି, ଅତାବିରା ମୁସଲିମ ସମାଜ, ବରିଷ୍ଠ ନାଗରିକ ସଂଘ, ବଜରଙ୍ଗ ଦଳ, ଭିନ୍ନକ୍ଷମ ସଂଘ, ଓକିଲ ସଂଘ, ଲାଦର ପାଲି ଛକରେ ଏଫସିଆଇ ଶ୍ରମିକ ସଂଘ, ରେଙ୍ଗାଲି କେମ୍ପ ଛକରେ ମହିଳା ସମିତି, ପୂର୍ବତନ ସୈନିକମାନେ ମଧ୍ୟ ପିସିସି ସଭାପତିଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ ।

ଏହି ପଦଯାତ୍ରା ରେଙ୍ଗାଲି କେମ୍ପ୍ ଛକରେ ପହଞ୍ଚି ମଧ୍ୟାହ୍ନ ଭୋଜନପରେ ବରଗଡ ଅଭିମୁଖେ ବାହାରିଥିଲା । ପଦଯାତ୍ରା ସମୟରେ ପିସିସି ସଭାପତି ଶରତ ପଟ୍ଟନାୟ ରାସ୍ତାରେ ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଓ ଡ. ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ପଦଯାତ୍ରା ସମୟରେ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ବରଗଡ଼, ମାନସ ଚୌଧୁରୀ, ଜିଲ୍ଲା କଂଗ୍ରେସ ସଭାପତି କଟକ,ବାଙ୍କନିଧି ବେହେରା, ଅଧ୍ୟକ୍ଷ ପିସିସି ଅନୁସୂଚିତ ଜାତି ମୁଖ୍ୟ, ପ୍ରଦୀପ ଦେବତା, ଯୁଗଳ ସିଂ, ସରୋଜ ଷଡ଼ଙ୍ଗୀ, ରବି ପଣ୍ଡାଙ୍କ ସମେତ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ ।

ଗତ ୧୯ ତାରିଖ ଅପରାହ୍ନରେ ଅତାବିରା ଠାରେ ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ଦଳ ପହଞ୍ଚି ଅସ୍ଥାୟୀ କ୍ୟାମ୍ପରେ ଅବସ୍ଥାନ କରିଥିଲେ । ଗତକାଲି ଅପରାହ୍ନରେ ବରଗଡ଼ ଟାଉନ, ଅମ୍ବାପାଲି ହୋଇ ଯାତ୍ରା ବରପାଲି ନିକଟସ୍ଥ କଦଲିପାଲିରେ ପହଞ୍ଚିଛି। ଆଜି ବରପାଲି ବ୍ଲକରୁ ସୋନପୁର ଜିଲ୍ଲା ଅଭିମୁଖେ ପଦଯାତ୍ରା ବାହାରିବ । ନିକଟରେ ରାଉରକେଲାରେ ମଧ୍ୟ ଏହି ପଦଯାତ୍ରା ହୋଇଥିଲା।

ସେଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମଧ୍ୟ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଯୋଗଦେଇଥିଲେ । ଯାତ୍ରାରେ ସଭାପତିଙ୍କ ନେତୃତ୍ବରେ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ ରାଉରକେଲା ସହରରେ ଏହି ଭାରତ ଯୋଡ ପଦଯାତ୍ରା ସୁରୁଖୁରୁରେ ପାଳନ ହୋଇଥିଲା ।

ବିପୁଳ ମାତ୍ରାରେ କଂଗ୍ରେସ ଦଳର ସମର୍ଥକ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା ଆସନ୍ତା 26 ସୁଦ୍ଧା କାଶ୍ମୀରରେ ଶେଷ ହେବ । ତେବେ ରାଜ୍ୟରେ ମଧ୍ୟ ସଂଗଠନ ମଜଭୁତ କରିବା ପାଇଁ ଏହି ପଦଯାତ୍ରା ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ ବୋଲି ପିସିସି ସଭାପତି କହିଥିଲେ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.