ETV Bharat / state

Padmapur By Poll: କେହି ଭରିଲେନି ପ୍ରାର୍ଥୀପତ୍ର, ଆସନ୍ତାକାଲି ଶେଷ ଦିନ

author img

By

Published : Nov 16, 2022, 11:08 PM IST

ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ଆସନ୍ତାକାଲି ଅର୍ଥାତ ନଭେମ୍ବର 17 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଭରି ନାହାନ୍ତି । ଆସନ୍ତାକାଲି ସବୁ ଦଳର ପ୍ରାର୍ଥୀ କିପରି ପ୍ରାର୍ଥୀପତ୍ର ଭରୁଠନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

Padmapur By Poll: କେହି ଭରିଲେନି ପ୍ରାର୍ଥୀପତ୍ର, ଆସନ୍ତାକାଲି ଶେଷ ଦିନ
Padmapur By Poll: କେହି ଭରିଲେନି ପ୍ରାର୍ଥୀପତ୍ର, ଆସନ୍ତାକାଲି ଶେଷ ଦିନ

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur By Poll) ନେଇ ବଢ଼ୁଛି ରାଜନୈତିକ ଉଷ୍ମତା । ଆସନ୍ତାକାଲି ଅର୍ଥାତ ନଭେମ୍ବର 17 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ଦଳ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।

ପଦ୍ମପୁରରେ ଚାଷୀ ଆନ୍ଦୋଳନ ଓ ଜିଲ୍ଲା ମାନ୍ୟତା ଦାବି ଚକ୍ରବ୍ୟୁହରେ ଫସିଯାଇଛନ୍ତି ଉଭୟ ଶାସକ ବିଜେଡି ଓ ବିରୋଧି ବିଜେପି । ଫସଲ ବୀମାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଚାଷୀଙ୍କ ଆନ୍ଦୋଳନକୁ ରାଜନୀତିକାରଣ କରି ବିଜେପି ଓ ବିଜେଡି ମଧ୍ୟରେ ଦୋଷାରୋପ ଓ କଟୁ ମନ୍ତବ୍ୟ ମଧ୍ୟରେ ଗଡିଯାଇଛି ପ୍ରାର୍ଥୀପତ୍ର ଦାଖଲର ସମୟ । ମାତ୍ର କେହି ମଧ୍ୟ ଆଜି ଯାଏଁ ପ୍ରାର୍ଥୀପତ୍ର ଦାଖଲ କରିପାରିଲେ ନାହିଁ | ଆଜି 3 ଜଣ ବ୍ୟକ୍ତି ପ୍ରାର୍ଥୀପତ୍ର କ୍ରୟ କରି ଧାର୍ଯ୍ୟ ରାଶି ଜମା କରିଥିଲେ । ତେବେ 10 ତାରିଖରୁ ଆଜି 16 ତାରିଖ ପର୍ଯ୍ୟନ୍ତ ସମୁଦାୟ 8 ଜଣ ଫର୍ମ କ୍ରୟ କରିଥିବା ବେଳେ ଆସନ୍ତାକାଲି ଶେଷ ଦିନରେ ପ୍ରାର୍ଥୀମାନେ କିପରି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ତାହା ଦେଖିବା ବାକି ରହିଛି ।

ଚାଷୀଙ୍କ ଫସଲବୀମାକୁ ନେଇ ପଦ୍ମପୁରରେ ଆନ୍ଦୋଳନ ଚାଲିଥିବାବେଳେ ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫସଲ ବୀମା ରାଶି ପହଞ୍ଚିଯାଇଥିବା ଜଣା ପଡ଼ିଛି । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଇନପୁଟ ସବସିଡି ପାଇଁ ମଧ୍ୟ ଘୋଷଣା କରିସାରିଛନ୍ତି । ଅନ୍ୟପଟେ ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ଘଟଣାରେ ମଧ୍ୟ ମୁଖ୍ୟମନ୍ତ୍ରୀ 2023 ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା କରିବେ ବୋଲି ପ୍ରତିଶୃତି ଦେଇସାରିଛନ୍ତି । ଏପରି ପରିସ୍ଥିତିରେ ଆସନ୍ତାକାଲିର ରାଜନୈତିକ ସମୀକରଣ କଣ ହେବ ତାହା ଆସନ୍ତାକାଲି ହିଁ ଜଣାପଡିବ । ରାଜନୈତିକ ଦଳ ଗୁଡିକ ଆସନ୍ତାକାଲି ତାଙ୍କର ଦଳୀୟ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିବାରେ ବିଳମ୍ବ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.