ETV Bharat / state

ହସ୍ପିଟାଲରେ ଖାଲି ନାହିଁ ବେଡ, କାର ଭିତରେ କ୍ବାରେଇଣ୍ଟାଇନରେ ରହିଲେ କାକା-ପୁତୁରା - Bargarh covid hospital

ବରଗଡ ହସ୍ପିଟାଲରେ ଖାଲି ନାହିଁ ବେଡ । ସମସ୍ତ ସଂକ୍ରମିତଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ହସ୍ପିଟାଲରେ ଖାଲି ନାହି ବେଡ, କାର ଭିତରେ 2 ଜଣ ହେଲେ କ୍ବାରେଇଣ୍ଟାଇନ

author img

By

Published : Aug 22, 2020, 6:52 PM IST

ବରଗଡ: ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇ 1200 ପାର କଲାଣି । ଏନେଇ ବରଗଡ କୋଭିଡ ହସ୍ପିଟାଲରେ ଆଉ ବେଡ ଖାଲିନଥିବା କାରଣରୁ ସମସ୍ତ ସଂକ୍ରମିତଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି ।

କୋରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେଲେ ଜିଲ୍ଲା କୋଭିଡ ହସ୍ପିଟାଲରେ ଆଉ ସ୍ଥାନ ନଥିବା ଘଟଣା ଏବେ ଜିଲ୍ଲାବାସୀଙ୍କ ପାଇଁ ଭାରି ବିପଦ ହୋଇପଡିଥିବାବେଳେ, ଏବେ ଠାରୁ ସଂକ୍ରମିତ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବରଗଡର ଅତାବିରା ଠାରେ । ହସ୍ପିଟାଲରେ ବେଡ ଖାଲି ନଥିବା କାରଣରୁ ସଂକ୍ରମିତଙ୍କୁ ହୋମ କ୍ବାରେଣ୍ଟାଇନରେ ରଖିବାକୁ କୁହାଯାଇଥିଲା । ମାତ୍ର ଘରେ ସେପରି ସୁବିଧା ନଥିବାରୁ ଦୁଇ ଦିନ ହେଲା କାର ଭିତରେ ଦୁଇ ଜଣ ଆକ୍ରାନ୍ତ ଦିନ କାଟୁଛନ୍ତି ।

ସୁଚନା ଅନୁଯାୟୀ, ଅତାବିରା NAC ଭାଲୁପାଳି ଆନ୍ଧ୍ରପଡାର 32 ବର୍ଷୀୟ ଯୁବକ ଏବଂ ନାବାଳକ ପୁତୁରା ଗତ 19 ତାରିଖରେ ଆନ୍ଧ୍ରପ୍ରଦେଶରୁ ବାଇକ ଯୋଗେ ଫେରିବା ପରେ କାକାଙ୍କୁ ଜ୍ଵର ହୋଇଥିଲା ଏବଂ କୋରୋନା ପରୀକ୍ଷା କରିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ଏବଂ ନାବାଳକ ପୁତୁରାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ମାତ୍ର ପ୍ରଶାସନ ପକ୍ଷରୁ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ଘରେ କୌଣସି ସୁବିଧା ନଥିବା ବେଳେ ଘରେ 70 ବର୍ଷର ବୃଦ୍ଧ ବାପା ସହିତ ରୋଗାକ୍ରାନ୍ତ ଲୋକେ ମଧ୍ୟ ଥିବାରୁ ବାଧ୍ୟ ହୋଇ ଉଭୟ କାକା ଓ ପୁତୁରା ଏକ କାର ଭିତରେ ଦିନ ଓ ରାତି କାଟୁଛନ୍ତି ।

ଜଣେ କୋରୋନା ରୋଗୀ ସହିତ ଅନ୍ୟଜଣେ ଅଣସଂକ୍ରମିତ ବାଳକ ଦୁଇଦିନ ହେଲା କାର ଭିତରେ ରହୁଛନ୍ତି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରାଯାଉନଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ, ଲୋକଙ୍କ ଅବସ୍ଥା କିପରି ଆଗକୁ ଭୟଙ୍କର ହେବ, ତାହା ଏବେଠାରୁ ସ୍ପଷ୍ଟ ଜଣାପଡୁଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.