ETV Bharat / state

୭୨ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ହତ୍ୟାକାରୀ ଗିରଫ - ବରପାଲି ପୋଲିସ

ବରଗଡରେ ହତ୍ୟାକାଣ୍ଡର ୭୨ ଘଣ୍ଟା ଭିତରେ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବରପାଲି ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି |

murder-accused-arrested-in-72-hours-in-bargarh
ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ
author img

By

Published : Dec 18, 2019, 5:41 PM IST

ବରଗଡ: ହତ୍ୟାକାଣ୍ଡର ୭୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବରପାଲି ପୋଲିସ । ବରପାଲିରେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଜଣାଇଥିଲେ ଏବଂ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ବରପାଲି ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ହତ୍ୟାକାଣ୍ଡ ୭୨ ଘଣ୍ଟା ଭିତରେ ଘଟଣାର ପର୍ଦ୍ଦାଫାସ ଆସାମୀ ଗିରଫ

ଗତ ୧୪ ତାରିଖରେ ଜଗନ୍ନାଥ ନଗର ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୋଲିସ | ମୃତ ଯୁବକ ଏବଂ ହତ୍ୟାକାରୀ ଉଭୟ ବରଗଡ ୨ ନମ୍ବର ୱାର୍ଡ ତଳିପଡାର ବୋଲି ଜଣାପଡିଛି | ମୃତକ ପ୍ରଶାନ୍ତ ପରଢିଆ ଏବଂ ହତ୍ୟାକାରୀ କଏରୁ ବେହେରା ଓରଫ ରାହୁଲ ଉଭୟ ସାଙ୍ଗ ଥିଲେ । ଉଭୟଙ୍କ ମଧ୍ୟରେ ହୋଇଥିବା କଳହକୁ ନେଇ ରାହୁଲ ଏକ ଲୁହାଛଡରେ ପ୍ରଶାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ପୋଲିସ ହତ୍ୟାକାରୀ ରାହୁଲ ଠାରୁ ଦୁଇଟି ମୋବାଇଲ ଫୋନ, ଗୋଟିଏ ସ୍କୁଟି , ଗୋଟିଏ ହିରୋ ସାଇନ ମୋଟର ସାଇକେଲ , ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଲୁହାଛଡ ଏବଂ ପର୍ସ ଜବତ କରିଛି |

ସୂଚନା ଅନୁଯାୟୀ ମୋବାଇଲ ଚୋରି ଘଟଣାକୁ ନେଇ ରାହୁଲ ଅନ୍ୟଙ୍କୁ ପ୍ରକାଶ କରିଦେଇଥିବା କଥା କହିଦେଇଥିଲା । ଫଳରେ ପ୍ରଶାନ୍ତ ଏଥିରେ ରାଗିଯାଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ବଢିଥିଲା । ଏହି ଗଣ୍ଡଗୋଳରେ ଉତ୍ୟକ୍ତ ହୋଇ ରାହୁଲ ଲୁହାଛଡରେ ପ୍ରଶାନ୍ତଙ୍କ ମୁଣ୍ଡକୁ ଦୁଇଥର ପ୍ରହାର କରିଥିଲା । ଘଟଣାସ୍ଥଳରେ ପ୍ରଶାନ୍ତର ମୃତ୍ୟୁ ହୋଇଥିବା ଏସପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ବରପାଲି ଠାରେ ଗତ ୧୪ ତାରିଖରେ ଜଗନ୍ନାଥ ନଗର ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ କରିଛି ପୋଲିସ | ବରପାଲି ଠାରେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ଦେଖି ଲୋକେ ବରପାଲି ପୋଲିସ କୁ ଜଣାଇଥିଲେ ଏବଂ ପୋଲିସ ଘଟଣାର ତଦନ୍ତ କରିବା ପରେ ଆଜି ବରପାଲି ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି | ମୃତ ଯୁବକ ଏବଂ ହତ୍ୟାକାରୀ ଉଭୟ ବରଗଡ ୨ ନମ୍ବର ୱାର୍ଡ ତଳିପଡା ର ବୋଲି ଜଣାପଡିଛି | ମୃତକ ପ୍ରଶାନ୍ତ ପରଢିଆ ଏବଂ ହତ୍ୟାକାରୀ କଏରୁ ବେହେରା ଓରଫ ରାହୁଲ ଉଭୟ ସାଙ୍ଗ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ହୋଇଥିବା କଳହକୁ ନେଇ ରାହୁଲ ଏକ ଲୁହା ବାଡିରେ ପ୍ରଶାନ୍ତଙ୍କ ମୁଣ୍ଡରେ ଆକ୍ରମଣ କରିବାରୁ ଘଟନା ସ୍ଥଳରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ବରଗଡ ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି |ତେବେ ପୋଲିସ ହତ୍ୟାକାରୀ ରାହୁଲ ଠାରୁ ଦୁଇଟି ମୋବାଇଲ ଫୋନ ଗୋଟିଏ ସ୍କୁଟି , ଗୋଟିଏ ହିରୋ ସାଇନ ମୋଟର ସାଇକେଲ , ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଲୁହା ବାଡି ଏବଂ ପର୍ଶ ଜବତ କରିଛି |
Body:ସୂଚନା ଅନୁଯାୟୀ ରାହୁଲ ଏବଂ ପ୍ରଶାନ୍ତ ଉଭୟ ବରଗଡରୁ ବଲାଙ୍ଗିର ଏକ ସଙ୍ଗେ ଯାଇ ସେଠାରେ ଏକ ଲଜରେ ରହିଥିଲେ ହେଲେ ରାହୁଲ ସେଠାରୁ ପ୍ରଶାନ୍ତର ମୋବାଇଲ ନେଇ ତାକୁ ନଜଣାଇ ବରଗଡକୁ ଫେରିଆସିଥିଲା ତେବେ ପ୍ରଶାନ୍ତ ଟ୍ରେନରେ ବରପାଳିକୁ ଆସିଥିଲା ଏବଂ ରାହୁଲ କୁ ଡକାଇଥିଲା ସେଠାରେ ମୋବାଇଲ ଚୋରୀ ଘଟଣାକୁ ରାହୁଲ ଅନ୍ୟଙ୍କୁ ପ୍ରକାଶ କରିଦେଇଥିବା କଥା କହିଦେଇଥିଲା ଫଳରେ ପ୍ରଶାନ୍ତ ଏଥିରେ ରାଗିଯାଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ବଢିଥିଲା | ଏହି ଗଣ୍ଡଗୋଳରେ ଉତ୍ୟକ୍ତ ହୋଇ ରାହୁଲ ପ୍ରଶାନ୍ତ ବ୍ୟବହାର କରୁଥିବା ଲୁହା ବାଡିରେ ପ୍ରଶାନ୍ତଙ୍କ ମୁଣ୍ଡରେ ଦୁଇଥର ଆଘାତ କରିବାରୁ ଘଟଣା ସ୍ଥଳରେ ପ୍ରଶାନ୍ତର ମୃତ୍ୟୁ ହୋଇଥିବା ଏସପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି |
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.