ETV Bharat / state

ଗୋଟିଏ ଜୁଇରେ ଜଳିଲେ ମା' ସହ ଦୁଇ ଯାଆଁଳା ଭାଇ - suicide in barharh

ବରଗଡରେ 2 ଦୁଇ ପୁଅଙ୍କ ସହ ମା'ର ଆତ୍ମହତ୍ୟା । ଏକା ସହ ଜଳିଲା 3 ଜଣଙ୍କ ଜୁଇ । ଗାଁରେ ଶୋକର ଛାୟା । ଅଧିକ ପଢନ୍ତୁ...

ଗୋଟିଏ ଜୁଇରେ ଜଲିଲେ ମା' ସହ ଦୁଇ ଯାଆଁଳା ଭାଇ
ଗୋଟିଏ ଜୁଇରେ ଜଲିଲେ ମା' ସହ ଦୁଇ ଯାଆଁଳା ଭାଇ
author img

By

Published : Jun 27, 2020, 10:23 PM IST

ବରଗଡ: ମା', ଯିଏ କି ଦଶ ମାସ ଧରି ନିଜ ଗର୍ଭରେ ଧାରଣ କରି ସନ୍ତାନକୁ ଜନ୍ମ ଦେଇଥାଏ | ସ୍ନେହ ମମତାର ଡୋରିରେ ତାରି କୋଳରେ ଛୋଟରୁ ବଡ଼ କରେ । କଅଁଳ ପାପୁଲି ଧରି ଚାଲିବା ଶିଖାଏ । ଜୀବନରେ ସଂଘର୍ଷ କରି ବଞ୍ଚିବାକୁ ଶିଖାଇଥାଏ ନିଜର ଜନ୍ମ କଲା ସନ୍ତାନକୁ । ହେଲେ ସେହି ମା' ଯଦି ନିଜ ଜନ୍ମ କଲା ସନ୍ତାନ ସଙ୍ଗେ ନିଜେ ଆତ୍ମହତ୍ୟାର ବାଟ ବାଛିନିଏ ତାହା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସଦର ବ୍ଲକ ଖୁଣ୍ଟପାଲି ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗାଁରେ ।

ଗୋଟିଏ ଜୁଇରେ ଜଲିଲେ ମା' ସହ ଦୁଇ ଯାଆଁଳା ଭାଇ

ଏକା ସଙ୍ଗେ ଦୁନିଆ ବୁକୁରେ ଜନ୍ମ ହୋଇ ପାଦ ଥାପିଥିଲେ ଯାଆଁଳା ଭାଇ ଜଗା ଓ ବଳିଆ । ହେଲେ କିଏ ଜାଣିଥିଲା ଜୀବନ ଯୁଦ୍ଧରେ ହାର ମାନି ଏକା ସଙ୍ଗେ ଦୁନିଆ ଛାଡ଼ି ଚାଲିଯିବେ ଏହି ଦୁଇ ଭାଇ | ଗୋଟିଏ ଜୁଇରେ ଏକାସାଙ୍ଗେ ଜଳିଛି ଯାଆଁଳା ଭାଇଙ୍କ ସହ ସେମାନଙ୍କ ମା'ର ଚିତା । ଏକା ସାଙ୍କରେ ଗୋଟିଏ ପରିବାରର ତିନି ତିନୋଟି ଚିତା ଜଳୁଥିବା ଦେଖି ଗ୍ରାମରେ ଶୋକର ଛାୟା ଖେଳିଯାଇଛି |

ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାରେ ସାରା ବରଗଡରେ ଚହଳ ଖେଳିଯାଇଥିବା ବେଳେ କେଉଁ କାରଣରୁ ଏହି ସମୂହ ଆତ୍ମହତ୍ୟା ଘଟଣା ଘଟିଲା ଏନେଇ ବରଗଡ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ଚାରପାଳି ଗ୍ରାମକୁ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି | ପରିବାରରେ ତିନି ଭଉଣୀ, ଦୁଇ ଯାଆଁଳା ଭାଇ ଏବଂ ବାପା ମାଆଙ୍କୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିବାବେଳେ ବହୁ କଷ୍ଟରେ ଚଲୁଥିଲେ ଏହି ପରିବାର । ଲକଡାଉନ ଭିତରେ ଗୋଟିଏ ଝିଅର ବାହା କରିଥିବା ବେଳେ ମୁଣ୍ଡରେ 60 ହଜାର ଟଙ୍କାର କରଜ ରହିଥିଲା | ଅନ୍ୟପକ୍ଷେ ଫାଇନାନ୍ସ କମ୍ପାନୀମାନଙ୍କୁ ପ୍ରତିମାସରେ 3 ହଜାର ଟଙ୍କା ଲେଖାଏଁ ଦେବାକୁ ପଡୁଥିଲା | ହେଲେ ଘରର ମୁରବି କୁହାଯାଉଥିବା କାଶିଆ ବଞ୍ଛୋର ମଦ ପିଇ ସବୁ ଟଙ୍କା ଖର୍ଚ୍ଚ କରିଦେଉଥିବାରୁ ପରିବାରରେ ବାରମ୍ବାର ଗଣ୍ଡଗୋଳ ଲାଗିରହୁଥିଲା | ଯାହା ପରବର୍ତ୍ତି ସମୟରେ ସମୂହ ଆତ୍ମହତ୍ୟାର ରୂପ ନେଇଥିଲା ।

ଶୁକ୍ରବାର ସନ୍ଧ୍ୟା ସମୟରେ ଚାରପାଲି ଗାଁର ଏହି ପରିବାରର ମା' ସହିତ ତାର ଦୁଇ ପୁଅ କ୍ଷେତରେ କୀଟନାଶକ ପିଇ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ତେବେ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ଏଠାରେ ଚିକିତ୍ସିତ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।

କୌଣସି ପାରିବାରିକ କଲହକୁ ନେଇ ପରିବାରରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । 55 ବର୍ଷିୟ ମା' ଉତ୍ତରା ବଂଛୋର ଏବଂ 21 ବର୍ଷର ଦୁଇ ଯାଆଁଳା ପୁଅ ଜଗା ଓ ବଳିଆ ସମସ୍ତେ କ୍ଷେତରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ଡାକ୍ତରଖାନାକୁ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା । ପରେ ଶନିବାର ଗାଁକୁ ଆସିଥିଲା 3 ମୃତଦେହ । ଏକସଙ୍ଗେ ଗ୍ରାମବାସୀମାନେ ଏମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.