ETV Bharat / state

ବରଗଡରେ 12 ହଜାର ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା, ଦିନକରେ 198 ଚିହ୍ନଟ

ବରଗଡ଼ ଜିଲ୍ଲାରେ ଗତକାଲି(ମଙ୍ଗଳବାର) 198 ଜଣ କୋରୋନା ପଜେଟିଭଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ଦେଖିଲେ ସରକାରୀ ଆକଳନ ହିସାବରେ ସଂକ୍ରମିତଙ୍କୁ ମିଶାଇଲେ ଜିଲ୍ଲାରେ ସମୁଦାୟ ସଂକ୍ରମଣ ସଂଖ୍ୟା 12,650 କୁ ପହଁଞ୍ଚିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 21, 2021, 7:33 AM IST

ଗୋଟିଏ ଦିନରେ  198 ଚିହ୍ନଟ
ଗୋଟିଏ ଦିନରେ 198 ଚିହ୍ନଟ

ବରଗଡ଼: ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସେହି କ୍ରମରେ ଦେଖିଲେ ବରଗଡ଼ ଜିଲ୍ଲାରେ ଗତକାଲି(ମଙ୍ଗଳବାର) 198 ଜଣ କୋରୋନା ପଜେଟିଭଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ଦେଖିଲେ ସରକାରୀ ଆକଳନ ହିସାବରେ ସଂକ୍ରମିତଙ୍କୁ ମିଶାଇଲେ ଜିଲ୍ଲାରେ ସମୁଦାୟ ସଂକ୍ରମଣ ସଂଖ୍ୟା 12,650 କୁ ପହଁଞ୍ଚିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଗୋଟିଏ ଦିନରେ 198 ଚିହ୍ନଟ

ତେବେ ଚିହ୍ନଟ ହୋଇଥିବା 198 ଜଣ ସଂକ୍ରମିତଙ୍କ ମଧ୍ୟରୁ 55 ଜଣ ମହିଳା ହୋଇଥିବା ବେଳେ 143 ଜଣ ସଂକ୍ରମିତ ପୁରୁଷ ରହିଛନ୍ତି । ମଙ୍ଗଳବାର ବରଗଡ ଟାଉନରୁ 57 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 43 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ 1247 ଜଣ କୋରୋନା ରୋଗରେ ସକ୍ରିୟ ରହିଥିବା ଲୋକସମ୍ପର୍କ ଓ ସୂଚନା ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି ।

ବରଗଡରେ ସଂଙ୍କ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି ଏବଂ ସ୍ଥିତି ଗମ୍ଭୀର ହେବାକୁ ଯାଉଛି । ଅନ୍ୟପଟେ ଲୋକଙ୍କ ମଧ୍ୟରେ କୋରୋନା ଭୟ ମଧ୍ୟ ଏବେ ଉଭେଇ ଯାଇ ଯାଉଥିବାରୁ ଏଥିରେ ଖାମଖିଆଲ ନହୋଇ ଅଧିକ ସତର୍କ ଓ ସଜାଗ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.