ବରଗଡ଼: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଙ୍ଗାସାଲରେ ବସି ଶାଢ଼ୀ ବୁଣୁଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ମଧ୍ୟ ରହିଛନ୍ତି । ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ନିକଟସ୍ଥ ଜାନଡୋଳ ଗ୍ରାମର ଜଣେ ବୁଣାକାରଙ୍କ ମଙ୍ଗାସାଲରେ ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ ସମ୍ବଲପୁର ଶାଢ଼ୀ ବୁଣୁଛନ୍ତି ।
ଉଭୟଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୁଣାକାର ସ୍ନେହାଙ୍ଗିନୀଙ୍କୁ ସମ୍ବଲପୁରୀ ଶାଢ଼ୀ ବୁଣିବା ଶିଖାଉଛନ୍ତି । ପାଖରେ ମନ୍ତ୍ରୀ ରୀତା ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ପୂର୍ବରୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବୟନ ଶିଳ୍ପ ମନ୍ତ୍ରୀ ଥିବା ବେଳେ ବର୍ତ୍ତମାନ ରୀତା ସାହୁ ସେହି ପଦବୀରେ ରହିଛନ୍ତି ।
ଇଟିଭି ଭାରତ, ବରଗଡ଼