ETV Bharat / state

ଅପହରଣକାରୀଙ୍କ କବଳରୁ ଖସି ଆସିଲେ ନାବାଳକ

author img

By

Published : Feb 14, 2022, 7:24 AM IST

ଅପହରଣକାରୀ କବଳରୁ ମୁକ୍ତ ହେଲେ ନାବାଳକ । ତିନି ଦିନ ହେଲା ଅପହରଣ ହୋଇ ନିଖୋଜ ଥିଲେ ନାବାଳକ । ବରଗଡ 11 ନମ୍ବର ୱାର୍ଡର ନାବାଳକଙ୍କ ରବିବାର ପତ୍ତା ମିଳିଛି । ଅଧିକ ପଢନ୍ତୁ

ଅପହରଣକାରୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳକ
ଅପହରଣକାରୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳକ

ବରଗଡ: ଅପହରଣକାରୀ କବଳରୁ ମୁକ୍ତ ହେଲେ ନାବାଳକ । ତିନି ଦିନ ହେଲା ଅପହରଣ ହୋଇ ନିଖୋଜ ଥିଲେ ନାବାଳକ । ବରଗଡ 11 ନମ୍ବର ୱାର୍ଡର ନାବାଳକଙ୍କ ରବିବାର ପତ୍ତା ମିଳିଛି ।

ନାବାଳକ ହେଉଛନ୍ତି ନୂଆପଡାର ସୁବାଷ ଶବରଙ୍କ ପୁଅ ଈଶ୍ୱର ଶବର । ତେବେ ଈଶ୍ୱର ନିଜ ଉଦ୍ୟମରେ ଅପହରଣକାରୀଙ୍କ କବଳରୁ ମୁକୁଳି ଫେରି ଆସିଛନ୍ତି । ସେହିପରି ନାବାଳକ ଜଣକର ଦେହ ଅସୁସ୍ଥ ଥିବାରୁ ତାକୁ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବରଗଡ 11 ନମ୍ବର ୱାର୍ଡ ନୂଆପଡାର 15 ବର୍ଷୀୟ ନାବାଳକଙ୍କୁ 3 ଜଣ ପିଲା ଅଚେତ୍‌ କରିଦେଇ ଅପହରଣ କରି ନେଇଥିଲେ ।

ଅପହରଣକାରୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳକ

ମାତ୍ର ନାବାଳକର ଚେତା ଆସଲା ପରେ ସେ ବନ୍ଦ ହୋଇଥିବା କୋଠରୀରେ ହାତଗୋଡ ବନ୍ଧା ଅବସ୍ଥାରେ ନିଜକୁ ଦେଖିବାକୁ ପାଇଥିଲେ । ବହୁତ ଚେଷ୍ଟା ପରେ ନିଜେ ମୁକୁଳି ପଳେଇ ଆସିବାରେ ସକ୍ଷମ ହୋଇଥିଲେ । ଏନେଇ ବରଗଡ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.