ବରଗଡ଼: ବାବା ସାହେବ ଆମ୍ବେଦକରଙ୍କ 131ତମ ଜୟନ୍ତୀ ଆଜି(ଗୁରୁବାର) ଜିଲ୍ଲାର ଗଣ୍ଡା ସମାଜ ମହାସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଗଣବିବାହ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହାସହିତ ସମଗ୍ର ମାନବ ସମାଜକୁ ଏକ ସୂତ୍ରରେ ନିବିଡତା ସହିତ ବାନ୍ଧି ରଖିଥିବା ସେହି ମହାନ ବ୍ୟକ୍ତିତ୍ବଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ଜନ ସାଧାରଣଙ୍କୁ ସନ୍ଦେଶ ଦେଇଥିଲେ । ବରଗଡ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସମ୍ବିଧାନ ରଚୟିତା ଆମ୍ବେଦକରଙ୍କୁ ପ୍ରଣାମ ଜଣାଇ କହିଥିଲେ ଯେ ଆଗାମୀ ଯୁବପିଢି ମାନଙ୍କୁ ସମ୍ବିଧାନ ପ୍ରତି ସମ୍ମାନ ରଖିବା ଓ ନିଶାଦ୍ରବ୍ୟ ଠାରୁ ଦୂରେଇ ପାଇଁ ଅନୁରୋଧ କରିଥିଲେ । ଅନ୍ୟପଟେ ଡ. ବାବା ସାହେବ ଆମ୍ବେଦକର ଚେରିଟେବୁଲ ଟ୍ରଷ୍ଟ ବରଗଡ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ରକ୍ତଦାନ କରି ବେଶ ଖୁସି ଅନୁଭବ କରିଥିଲେ ରକ୍ତଦାତା । ସେହିପରି ଆଜି ସ୍ଥାନୀୟ ସୌକିନ ରଙ୍ଗମଞ୍ଚ ଠାରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଗଣବିବାହର ଆୟୋଜନ କରାଯାଇଥିଲା । ସମାଜରେ ବିବାହ ପାଇଁ ଅଯଥାରେ ପରିବାର ମଧ୍ୟରେ ଆର୍ଥିକ ବୋଝ ପଡ଼ୁଥିବାରୁ ସାମୂହିକ ବିବାହର ଆୟୋଜନ କରି ଏପରି ଆର୍ଥିକ ବୋଝରୁ ମୁକ୍ତି ପାଇଁ ଆଜି ଡ଼ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀରେ ଏପରି ମହାନ କାର୍ଯ୍ୟ କରାଯାଉଥିଲା ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ