ETV Bharat / state

ମଣ୍ଡିରେ ପଡ଼ି ରହଛି ବସ୍ତାବସ୍ତା ଧାନ, ମୌସୁମୀକୁ ନେଇ ଚିନ୍ତାରେ ଚାଷୀ

author img

By

Published : Jun 16, 2023, 7:02 AM IST

ବରଗଡରେ ଫେଲ ମାରିଛି ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ମଣ୍ଡି ଆରମ୍ଭରୁ ଦେଖା ଦେଇଥିବା ଅବ୍ୟବସ୍ଥା । ମୌସୁମୀକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଡ଼ନ୍ତୁ

ବରଗଡରେ ଫେଲ ମାରିଛି ରବି ଋତୁ ସଂଗ୍ରହ ପ୍ରକ୍ରିୟା

ବରଗଡ : ଚିନ୍ତାରେ ଚାଷୀକୂଳ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରେ ଚାଷୀଙ୍କୁ ଘାରିଛି ଧାନ ଚିନ୍ତା । କାରଣ ଏଯାଏଁ ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ । ମଣ୍ଡିକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ସମୟରେ ବୈଠକ କରି ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଥିଲା । ହେଲେ ସବୁ ପ୍ରଚେଷ୍ଟା ପରେ ବି ବ୍ଲୁ ପ୍ରିଣ୍ଟ୍‌ ଫେଲ ମାରିଛି । ଆରମ୍ଭରୁ ଧାନ ସଂଗ୍ରହରେ ନାହିଁ ନଥିବା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଧାନ ଉଠାକାର୍ଯ୍ୟ ଜାରି ଥିଲେ ସୁଦ୍ଧା ଚାଷୀଙ୍କ ଧାନ ଏଯାଏଁ ସଂଗ୍ରହ କରାଯାଇପାରି ନାହିଁ ।

ଅଧିକ ପଢ଼ନ୍ତୁ: ମଣ୍ଡି ଆରମ୍ଭରୁ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଚାଷୀଙ୍କ ଟୋକନ ସମସ୍ୟା କାରଣରୁ ବହୁ ଚାଷୀ ଠିକ୍‌ ସମୟରେ ନିଜର ଉତ୍ପାଦିତ ଧାନ ବିକ୍ରି କରିବାରେ ଅସମର୍ଥ ହୋଇଛନ୍ତି । ବରଗଡ଼ ଜିଲ୍ଲାରେ ମିଲରମାନଙ୍କୁ ଟ୍ୟାଗ୍‌ ମିଳିନଥିବା କାରଣରୁ ଧାନ ଉଠାଉ ନାହାଁନ୍ତି ମିଲର । ଫଳରେ ଚାଷୀମାନଙ୍କ ଘରେ ଏବଂ ଧାନ ମଣ୍ଡିରେ ପଡ଼ିଛି ହଜାରହଜାର ବସ୍ତା ଧାନ । ଚାଷୀର ହାତରେ ଟୋକନ ଥିବାରୁ ଧାନ ବିକ୍ରି ହୋଇ ପାରୁନି । ଚାଷୀର ଟୋକନ ଆସିଯାଇଥିଲେ ମଧ୍ୟ ମିଲରମାନଙ୍କୁ ଧାନ ସଂଗ୍ରହ ପାଇଁ ସରକାରଙ୍କଠାରୁ ଟ୍ୟାଗ୍‌ ଆସୁନଥିବା କାରଣରୁ ମିଲରମାନେ ମଣ୍ଡିରୁ ଧାନ ଉଠାଉନାହାନ୍ତି । ଯାହା ଫଳରେ ଯେଉଁ ଚାଷୀଙ୍କ ଘରେ ଧାନ ଗଚ୍ଛିତ କରି ରଖିବାକୁ ଜାଗା ନାହିଁ ସେହି ଚାଷୀ ବାଧ୍ୟହୋଇ ଧାନ ମଣ୍ଡିରେ ପକାଇ ଜଗି ବସିଛି ଧାନ ।

ଯେଉଁ ଚାଷୀଙ୍କ ଧାନ ବିକ୍ରି ପାଇଁ ପ୍ରସ୍ତୁତ ହୋଇସାରିଛି ସେହି ଚାଷୀର ଟୋକନ ଆସିନାହିଁ ଯାହାଫଳରେ ବହୁ ଚାଷୀ ଖୋଲା ଆକାଶ ତଳେ ନିଜ କଷ୍ଟ ଉପାର୍ଜିତ ଧାନ ଭଗବାନ ଭରସାରେ ପକାଇ ରଖିଛନ୍ତି । ଚଳିତ ରବି ଫସଲରେ କାଳ ବୈଶାଖୀ କାରଣରୁ ଅନେକ ଧାନ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଯାହା ଧାନ ବଞ୍ଚି ଯାଇଥିଲା ବର୍ତ୍ତମାନ ବିକ୍ରି ସମୟରେ ପୁଣି ମୌସୁମୀ ବର୍ଷାର ଭୟ ଘାରିଲାଣି ଚାଷୀଙ୍କୁ ।

ଆଗାମୀ 21 ତାରିଖରୁ ମୌସୁମୀ ବର୍ଷାର ସମ୍ଭାବନା ରହିଥିବା ବେଳେ ଧାନ ବିକ୍ରି ହୋଇନପାରି ଖୋଲା ଆକାଶ ତଳେ ପଡିଥିବା ଚାଷୀଙ୍କ ଧାନ । ବର୍ଷାରେ ଭିଜି ନଷ୍ଟ ହେବାର ଭୟ ଘାରିଛି ଚାଷୀଙ୍କୁ । ତେବେ ମୌସୁମୀ ବର୍ଷା ଆଗମନ ପୂର୍ବରୁ ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ ଶୀଘ୍ର ସଂଗ୍ରହ କରାନଗଲେ ଆଗାମୀ ଦିନରେ ବରଗଡର ଚାଷୀ ଧାନ ବିକ୍ରି କରିନପାରି କ୍ଷତି ସହିବେ ବୋଲି କହିଛନ୍ତି ଚାଷୀ । ତେଣୁ ମୌସୁମୀ ପୂର୍ବରୁ ଧାନ ଉଠାଇବାକୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଚାଷୀ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.