ETV Bharat / state

ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି ମଣ୍ଡି ଧାନ, ଚିନ୍ତାରେ ଚାଷୀ

author img

By

Published : Jun 15, 2021, 9:36 PM IST

ମୌସୁମୀ ଜନିତ ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଠିକ୍ ଭାବରେ ଧାନ ସଂଗ୍ରହ ହୋଇନଥିବା ଦାବିରେ ଚାଷୀ ମାନେ ରାଜରାସ୍ତାରେ ଧାନ ରଖି ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି ମଣ୍ଡି ଧାନ: ଚିନ୍ତାରେ ଚାଷୀ

ବରଗଡ: ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଯୋଗାଣ ବିଭାଗ ଏବଂ ଚାଷୀ ମୁହାଁମୁହିଁ । ଗତ ମଇ ୫ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜିଲ୍ଲାର ମାର୍କେଟ ୟାର୍ଡ ଠାରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡିଛି ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାକୁ ଲାଗିଛି । ହେଲେ ଜିଲ୍ଲାରେ ୯୦ ପ୍ରତିଶତ ଧାନ କିଣା ସରିଛି ଏବଂ ବାକି ୧୦ ପ୍ରତିଶତ ଧାନ ଅତିଶୀଘ୍ର କିଣାଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

ଏ ହେଉଛି ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟର ଦୃଶ୍ୟ । ଗଜା ଧାନ ରଖି ମୁହାଁ ମୁହିଁ ହେଉଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ ଏବଂ ଚାଷୀ । ରବିଋତୁ ଧାନ ବିକ୍ରି କରିପାରୁ ନଥିବାରୁ ତୁ ତୁ ମେ ମେ ହେଉଛନ୍ତି ଚାଷୀ ଓ ମୁଖ୍ୟ ଯୋଗାଣ ଅଧିକାରୀ । ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡ ଠାରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶତଳେ ପଡି ରହିଥିବା ବେଳେ ମୌସୁମୀ ବର୍ଷା ରେ ମଧ୍ୟ ଅନେକ ମାର୍କେଟ ରେ ଧାନ ଭିଜବାକୁ ବସିଲାଣି । ମିଲର୍ସ ଙ୍କ କଟନୀ ଛଟଣି ସହ ପ୍ରଶାସନ ମାର୍କେଟ ୟାର୍ଡ ଗୁଡିକୁ ଟେଗ ଦେଉନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଯାହାକୁ ନେଇ ଧୀରେ ଧୀରେ ଚାଷୀଙ୍କ ମନରେ ଅସନ୍ତୋଷର ଦାନା ବସା ବାନ୍ଧିବାକୁ ବସିଲାଣି ।

ଗତ ମଇ ୫ ତାରିଖରୁ ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡ ଠାରୁ ୫୦ ଲକ୍ଷ ୫୮ ହଜାର ୮୩୧ କ୍ବିଣ୍ଟାଲ ଟାର୍ଗେଟ ଥିବା ବେଳେ ୪୫ ଲକ୍ଷ ୪୮ ହଜାର ୩୯ କ୍ବିଣ୍ଟାଲ ଧାନକିଣା ସାରିଛି ଏବଂ ୭୨୮୪୭ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୬୩୦୭୯ ଜଣ ଚାଷୀଙ୍କ ଥୁ କିଣା ସାରିଛି ଏବଂ ୯୦ ପ୍ରତିଶତ ଧାନ କିଣା ସରିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ । କିନ୍ତୁ ୯୦ ପ୍ରତିଶତ ଧାନ ସଂଗ୍ରହ ହୋଇଥିବା ବେଳେ ମାତ୍ର ୧୦ ପ୍ରତିଶତ ଧାନ ମଣ୍ଡି ମାନଙ୍କୁ ପଡିଛି ବୋଲି ଚାଷୀଙ୍କୁ ଯୋଗାଣ ଅଧିକାରୀ କହୁଥିବା ବେଳେ ଚାଷୀ ନେତା ମାନେ ଏହାକୁ ଗ୍ରହଣ କରି ପାରୁନାହାନ୍ତି ।

ଜିଲ୍ଲାର ବିଭିନ୍ନ ମାର୍କେଟରେ ଏବେବି ହଜାର ହଜାର ବସ୍ତା ଧାନ ପଡି ରହିଥିବା ବେଳେ କେମିତି ୯୦ ପ୍ରତିଶତ ଧାନ କିଣା ସରିଲା ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ନେତା ମାନେ ଯାହାକୁ ନେଇ ଆଗାମୀ ଦିନରେ ରାଜରାସ୍ତାରେ ଧାନ ରଖି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.