ETV Bharat / state

ବରଗଡରେ ମହାନଦୀ ଟ୍ରିବୁନାଲ ଟିମ୍, କ୍ଷେତ୍ର ପରିଦର୍ଶନ ଜାରି

ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦ ମାମଲା । ସମ୍ବଲପୁର ପରେ ବରଗଡରେ କ୍ଷେତ୍ର ପରିଦର୍ଶନ କରୁଛି ଟିମ୍‌ । ଅଧିକ ପଢନ୍ତୁ

author img

By

Published : May 22, 2023, 7:21 AM IST

ଛତିଶଗଡ଼ ପରେ ଓଡ଼ିଶାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ବରଗଡ: ସମାଧାନ ହେବ କି ମହାନଦୀ ଜଳ ବିବାଦ ମାମଲା । ଓଡିଶା-ଛତିଶଗଡ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ସମାଧାନ ରାସ୍ତା ବାହାର କରିବାକୁ ଛତିଶଗଡ ପରେ ଏବେ ଓଡିଶାରେ କ୍ଷେତ୍ର ପରିଦର୍ଶନ କରୁଛି ଟ୍ରିବୁନାଲ ଟିମ୍‌ । ସମ୍ବଲପୁରରେ ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରିବା ପରେ ଗତକାଲି(ରବିବାର) ବରଗଡରେ କ୍ଷେତ୍ର ପରିଦର୍ଶନ କରିଥିଲା ଟିମ୍‌ ।

ଟ୍ରିବୁନାଲଙ୍କ ବିଚାର ପ୍ରକ୍ରିୟାରେ ଏହି ଗସ୍ତ ଓ ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ । ପ୍ରଥମ ଦିନରେ ହୀରାକୁଦ ଡ୍ୟାମ, ବୁର୍ଲା ପାୱାର ହାଉସ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଗତକାଲି ଚିପିଲିମା ଓ ପରେ ବରଗଡ ଜିଲ୍ଲା ଅତାବିରା ପହଞ୍ଚି ବରଗଡ ମୁଖ୍ୟ କେନାଲ ପରିଦର୍ଶନ କରିଛି ଟ୍ରିବୁନାଲ ଟିମ । ଆସନ୍ତା ୨୩ ତାରିଖ ଯାଏଁ ଟ୍ରିବ୍ୟୁନାଲ ଟିମ୍‌ର ଏହି ସର୍ଭେ ଚାଲିବ ବୋଲି ସୂଚନା ରହିଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଦିଷ୍ଟ ଏହି ଟ୍ରିବ୍ୟୁନାଲ ଟିମ ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟାଙ୍ଗରପାଲି କେନାଲ ଓ ହୀରାକୁଦ ଡ୍ୟାମ ତଳି ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ ।

ଛତିଶଗଡ଼ ରାଜ୍ୟରୁ ଓଡ଼ିଶା ରାଜ୍ୟ ଦେଇ ପ୍ରବାହିତ ହେଉଥିବା ମହାନଦୀ ଉପରେ ଓଡ଼ିଶା ରାଜ୍ୟ 1947 ମସିହାରୁ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ନଦୀବନ୍ଧ କାମ ଆରମ୍ଭ କରି 1953 ମସିହାରୁ କାର୍ଯ୍ୟକାରୀ ହୋଇଥିଲା । ଏହି ନଦୀବନ୍ଧରେ 1953 ରୁ ଆଜି ପର୍ଯ୍ୟନ୍ତ ବହୁ ଚାଷୀ କେନାଲ ପାଣି ଜରିଆରେ ଚାଷକାମ କରି ଉପକୃତ ହୋଇଆସୁଥିବା ବେଳେ କିଛି ବର୍ଷ ହେଲା ଛତିଶଗଡ଼ ରାଜ୍ୟ ଉପରମୁଣ୍ଡରେ ମହାନଦୀ ପାଣିକୁ ବାନ୍ଧି ଅଟକାଇ ଦେଇଥିବାରୁ ଓଡିଶାର ହୀରାକୁଦ ଜଳ ଭଣ୍ଡାରରେ ଗ୍ରୀଷ୍ମ ଋତୁରେ ନଦୀପାଣିର ଘୋର ସମସ୍ୟା ଦେଖାଦେଇଛି ଯାହା ଫଳରେ ଓଡିଶାରେ ବିଜୁଳି ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ।

ତେବେ ବେଆଇନ ଭାବେ ଛତିଶଗଡ଼ ରାଜ୍ୟ ଯେଉଁ ଭାବରେ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ନଦୀର ପାଣିକୁ ଅଟକାଇ ରଖିଛି ତାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହି ବିବାଦର ସମାଧାନକୁ ନେଇ ଏକ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା ଏବଂ ଉଭୟ ରାଜ୍ୟକୁ ଯାଇ ସର୍ଭେ କରିବା ପରେ ଉକ୍ତ ମହାନଦୀ ଟ୍ରିବ୍ୟୁନାଲ ଟିମ ତାଙ୍କର ରିପୋର୍ଟ ପ୍ରଦାନ କରିବେ ।

ସୂଚନା ଥାଉକି, ଏହି ଟ୍ରିବୁନାଲ ଟିମରେ ରହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରହିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏଏମ୍ ଖାନଵାଲିକରଙ୍କ ନେତୃତ୍ବରେ ଓଡିଶା ଆସିଛନ୍ତି ଏହି ଟିମ୍ । ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର ଅଛନ୍ତି । ଏହା ସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ମଧ୍ୟ ରହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.