ETV Bharat / state

ମା’ ସମଲେଶ୍ବରୀଙ୍କ ଜମି ଖାଇଗଲେ ମାଫିଆ

ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଜମି ହଡପ ଅଭିଯୋଗ । ଚଞ୍ଚକତା କରି ଜମି ମାଫିଆ ଜାଗା ନେଇଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମାଁ ସମଲେଶ୍ବରଙ୍କ ଜାଗା ଖାଇଗଲେ ମାଫିଆ
ମାଁ ସମଲେଶ୍ବରଙ୍କ ଜାଗା ଖାଇଗଲେ ମାଫିଆ
author img

By

Published : Apr 5, 2021, 8:47 AM IST

ବରଗଡ: ଚରମ ସୀମାରେ ଜମି ମାଫିଆଙ୍କ ଉତ୍ପାତ । ନିରୀହ ଲୋକଙ୍କ ଠାରୁ କିମ୍ବା ବାହୁବଳ ଦେଖାଇ ଜମି ହଡପ କରୁଥିବାବେଳେ ଏବେ ମନ୍ଦିର ଜାଗା ଉପରେ ମାଫିଆଙ୍କ ଆଖି । ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଜମିକୁ ଚଞ୍ଚକତା କରି ହଡପ କରିଥିବା ଅଭିଯୋଗ ହୋଇଛି । ଯାହା ଏବେ ବରଗଡ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମାଁ ସମଲେଶ୍ବରଙ୍କ ଜାଗା ଖାଇଗଲେ ମାଫିଆ

ମାଫିଆମାନେ ଜମି କିସମରେ ପରିବର୍ତ୍ତନ କରି ନିଜ ନାଁରେ ରେକର୍ଡ ଭୁକ୍ତ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି। ବରଗଡରେ ସରକାରୀ ଜମି,ବନ୍ଧ,କଟାକୁ ମାଫିଆମାନେ କବଜା କରୁଥିବା ଅଭିଯୋଗ ହେବା ସହ ଏବେ ମନ୍ଦିର ଜମିକୁ ମାଫିଆ ମାନେ ଯୋଜନା ବଦ୍ଧ ଭାବେ ହଡପ କରୁବାରେ ଲାଗିଛନ୍ତି । ଆଉ ଏସବୁ ପ୍ରଶାସନର ଆଗୋଚରରେ ହେଉଛି ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମନ୍ଦିର ପରିଚାଳନା କମିଟି ଉପଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

ମନ୍ଦିର ନାଁରେ ଥିବା ୨୫ ଏକର ଜମି ମଧ୍ୟରୁ ୨୧ ଏକର ବିକ୍ରି ହୋଇସାରିଛି । ଯାହାର ଆନୁମାନିକ ମୂଲ୍ୟ ୩୦୦ କୋଟିରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାଯାଇଛି । 2019ରେ ମନ୍ଦିର ଜାଗାକୁ ମନ୍ଦିରରେ ସ୍ଥାପିତ କରିବାକୁ କୁହାଯାଇଥିଲା । ହେଲେ ମନ୍ଦିର ଜମିକୁ ଝାଙ୍କର ମାନଙ୍କ ନାଁରେ କରାଯାଇଛି । ସେହି ଝାଙ୍କରମାନେ ଦିନେ ହେଲେ ପୂଜା କରନ୍ତି ନାହିଁ । 1964ରେ ଝାଙ୍କରୀ ପ୍ରଥା ଉଠେଇ ଦିଆଯାଇଥିଲା ହେଲେ ପରବର୍ତ୍ତୀ ସମୟରେ 1969 ରେ ଯେଉଁ ମାନଙ୍କ ନାଁରେ ରହିଥିଲା ସେମାନେ ଝାଙ୍କର ବୋଲି କୁହାଗଲା । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ସମଲେଶ୍ଵରୀ ପୂଜା କମିଟିର ସଭାପତି । ସରକାରଙ୍କୁ ବିଭ୍ରାନ୍ତ କରିବାକୁ କିଛି ମାଫିଆ ଏପରି କରି ମନ୍ଦିର ଜାଗା ହଡପ କରିବାକୁ ବ୍ୟବସ୍ଥା କରିଥିଲେ ।

ସେପଟେ, ଯଦି ଏହି ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ଦାବି ହୋଇଛି । ହଡପ ଘଟଣାରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.