ETV Bharat / state

ଲଉଡିଧରା ନାବାଳିକା ମୃତ୍ୟୁ ଘଟଣା: ପୋଲିସର ନିରବତା ସନ୍ଦେହ ଘେରରେ - ଲଉଡିଧରା ନାବାଳିକା ମୃତ୍ୟୁ ଘଟଣା

ବିଭିନ୍ନ ହତ୍ୟା ଘଟଣାର ତଦନ୍ତ କରା ନଯିବାରୁ ପୋଲିସ ଉପରେ ଲୋକଙ୍କ ସନ୍ଦେହ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 16, 2019, 12:08 PM IST

ବରଗଡ: ପଦ୍ମପୁର ଉପଖଣ୍ଡରେ ବହୁ ଅପହରଣ ଓ ହତ୍ୟାକାଣ୍ଡ ଘଟୁଛି । ହେଲେ କୌଣସି ହତ୍ୟାକାଣ୍ଡ ଘଟଣାକୁ ପଦ୍ମପୁର ପୋଲିସ ତଦନ୍ତ ପରିସରକୁ ଆଣିନାହିଁ । ଏଥି ପାଇଁ ପୋଲିସର ଦାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଲଉଡିଧରା ନାବାଳିକା ମୃତ୍ୟୁ ଘଟଣାରେ ପୋଲିସ ମଧ୍ୟ ପୋଲିସ ଚୁପ ରହିଛି । ସ୍ଥାନୀୟ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଜଗଦଳପୁର ଓ ବୁଡେନ ଥାନା ଅଧୀନରେ ହତ୍ୟାକାଣ୍ଡ ଘଟିଛି । ହେଲେ ସେହି ଅଞ୍ଚଳର ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ନିଜର ଦାୟିତ୍ଵ ସାରି ଦେଇଛନ୍ତି । ତଦନ୍ତ ଚାଲିଛି ପ୍ରମାଣ ମିଳିଲେ ହତ୍ୟା ମାମଲାକୁ ପରିବର୍ତ୍ତନ କରାଯିବ ବୋଲି କହି ଲୋକଙ୍କୁ ପୋଲିସ ଚୁପ କରାଉଥିବା ଦେଖିବାକୁ ମିଳିଛି । ଏହାଦ୍ବାରା ସ୍ଥାନୀୟ ପୋଲିସ ଉପରେ ଲୋକଙ୍କର ଆସ୍ଥା ତୁଟିଯାଇଛି । ତେଣୁ ଲୋକମାନେ ସ୍ଥାନୀୟ ଥାନାରେ ନ ଜଣାଇ ବରଗଡ ଏସପିଙ୍କ ପାଖରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଜଗଦଳପୁର ଥାନା ଅନ୍ତର୍ଗତ ଲଉଡିଧରା ଗ୍ରାମର ବିରଞ୍ଚି ସାମଲଙ୍କର ୧୪ ବର୍ଷର ନାବାଳିକା ଝିଅ ଘରୁ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ପରଦିନ ତାର ମୃତଦେହ ଗ୍ରାମର ଗୋଟିଏ କୂଅରୁ ଉଦ୍ଧାର କରାଯାଇଥିଲା । ନାବାଳିକାର ପିତା ଗ୍ରାମର ଜଣେ ଯୁବକଙ୍କ ନାମରେ ପ୍ରେମ ଜନିତ କାରଣରୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଏହାକୁ ଅପମୃତ୍ୟୁ ମାମଲା କହି ଅଭିଯୁକ୍ତକୁ ଛାଡି ଦେଇଥିଲେ । ଏପରିକି ଏତଲାର ନକଲ ଦେବାକୁ ପୋଲିସ ଅଭିଯୋଗକାରୀଙ୍କୁ ମନା କରିଦେଇଥିଲେ । ଏସପିଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଏତଲାର ନକଲ ମିଳିଥିଲା ।

ମୃତ ନାବାଳିକାଙ୍କ ବାପା ଘଟଣାରେ ଜଗଦଲପୁର ପୋଲିସ ଆଦୌ ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ମୃତ ଶରୀରରେ ଆଘାତ ଲାଗି ରହିଥିବା ଚିହ୍ନ ସ୍ପଷ୍ଟ ଜଣାପଡୁଥିବାବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ୍ୟୁ ପୂର୍ବରୁ ଆଘାତ ଲାଗିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ତେବେ ପୋଲିସ କିନ୍ତୁ କେଉଁ ସ୍ଵାର୍ଥରେ ଚୁପ ହୋଇ ବସିଛି, ତାହା ସନ୍ଦେହଜନକ ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:

bbb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.