ETV Bharat / state

ଶୌଚାଳୟ ଟାଙ୍କି ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ

author img

By

Published : Apr 25, 2022, 10:18 PM IST

ଦୀର୍ଘ ମାସରୁ ବନ୍ଦ ପଡ଼ିଥିବା ନବ ନିର୍ମିତ ଶୌଚାଳୟ ଟାଙ୍କି ଭିତରକୁ କାମ କରିବାକୁ ଯାଇ ଚାଲିଗଲା ଶ୍ରମିକଙ୍କ ଜୀବନ । ଦୁଇ ଜଣ ଶ୍ରମିକ ଟାଙ୍କି ଭିତରକୁ ଯାଇଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଶୌଚାଳୟ ଟାଙ୍କି ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ
ଶୌଚାଳୟ ଟାଙ୍କି ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ

ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଗୋବିନ୍ଦପାଲିରେ ଅଭାବନୀୟ ଘଟଣା । ଶୌଚାଳୟ ଟାଙ୍କି ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ । ନଦୀମ ନାମକ ଜଣେ ଠିକାଦାରଙ୍କ ଅଧିନରେ କାମ କରୁଥିବା ଏହି ଦୁଇ ଶ୍ରମିକଙ୍କୁ ପୂର୍ବ ନିର୍ମିତ ଏକ ଶୌଚାଳୟ ଟାଙ୍କି ଭିତରକୁ ଯାଇ କାମ କରିବାକୁ କୁହାଯାଇଥିଲା । ପରେ ଦୁଇ ଶ୍ରମିକ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । ମାତ୍ର ଟାଙ୍କି ଭିତରକୁ ପ୍ରବେଶ କରିବା ମାତ୍ରେ ଉଭୟ ଅଚେତ ହୋଇଯାଇଥିଲେ ।

ଏହାପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ଟାଉନ ସ୍ଥିତ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ଜଣେ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକ ଜଣକ ଛତିଶଗଡ଼ ରାଜ୍ୟର ସରାସିଂହା ଗ୍ରାମର କପିଳଦେବ ଆୱାରେ ବୋଲି ଜଣାପଡ଼ିଛି ।

ତାଙ୍କର ବୟସ ପ୍ରାୟ ୫୦ ବର୍ଷ ହେବ । ଘରେ ସ୍ତ୍ରୀ ଓ ୬ଟି ଛୁଆଙ୍କୁ ଛାଡ଼ି ରୋଜଗାର ପାଇଁ ସେ ବରଗଡ଼ ଆସିଥିଲେ । ଅନ୍ୟପଟେ ଗୁରୁତର ଥିବା ଶ୍ରମିକଙ୍କ ନାମ ସାଗର ବଞ୍ଜାରେ(୧୬) ବୋଲି ଜଣାପଡିଛି ଓ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଉଭୟ ଶ୍ରମିକ ଗୋଟେ ଗ୍ରାମର ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ବରଗଡ଼କୁ ଶ୍ରମିକ ଭାବେ କାମ କରିବାକୁ ଆସିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.