ETV Bharat / state

ମନୋଜ ମିଶ୍ର ବ୍ୟାନ; ବରଗଡ଼ରେ ଓଡ଼ିଆ ସିନେମା ପୋଷ୍ଟର ଫାଡି କୋଶଳ ସେନାର ବିରୋଧ ପ୍ରଦର୍ଶନ

author img

By ETV Bharat Odisha Team

Published : Oct 26, 2023, 10:30 PM IST

ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରିବା ଘଟଣା । ଏନେଇ ବରଗଡ଼ରେ କୋଶଳ ସେନା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଓଡ଼ିଆ ସିନେମାର ପୋଷ୍ଟର ଫାଡି ବିରୋଧ ପ୍ରଦର୍ଶନ କରିଛି କୋଶଳ ସେନା । ଅଧିକ ପଢନ୍ତୁ,

ମନୋଜ ମିଶ୍ର ବ୍ୟାନ; ବରଗଡ଼ରେ ଓଡ଼ିଆ ସିନେମା ପୋଷ୍ଟର ଫାଡି କୋଶଳ ସେନାର ବିରୋଧ ପ୍ରଦର୍ଶନ
ମନୋଜ ମିଶ୍ର ବ୍ୟାନ; ବରଗଡ଼ରେ ଓଡ଼ିଆ ସିନେମା ପୋଷ୍ଟର ଫାଡି କୋଶଳ ସେନାର ବିରୋଧ ପ୍ରଦର୍ଶନ
ବରଗଡ଼ରେ ଓଡ଼ିଆ ସିନେମା ପୋଷ୍ଟର ଫାଡି କୋଶଳ ସେନାର ବିରୋଧ ପ୍ରଦର୍ଶନ

ବରଗଡ଼: ସମ୍ବଲପୁରର ଅଭିନେତା ମନୋଜ ମିଶ୍ରଙ୍କୁ ଓଡିଆ ଫିଲ୍ମରୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯିବା ଘଟଣା । ଏନେଇ ଆଜି କୋଶଳ ସେନା ପକ୍ଷରୁ ବିରୋଧ କରାଯାଇଛି । ଏବଂ ବରଗଡର ସ୍ଥାନୀୟ ରୁକ୍ମଣୀ ଟକିଜରେ ପ୍ରଡ୍ୟୁସର ଆସୋସିଏସନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି ଏବଂ ଏଠାରେ ଲାଗିଥିବା ସମସ୍ତ ଓଡ଼ିଆ ଫିଲ୍ମର ପୋଷ୍ଟର ଗୁଡିକୁ ଫାଡି କୋଶଳ ସେନା ବିରୋଧ ପ୍ରଦର୍ଶନ କରିଛି । ଏବଂ ଏହି ନିଷ୍ପତ୍ତିରୁ ନଓହରିଲେ ପଶ୍ଚିମ ଓଡିଶାର ସମସ୍ତ ଓଡ଼ିଆ ସିନେମାକୁ ବୟକଟ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି କୋଶଳ ସେନା ।

ସୂଚନା ଅନୁଯାୟୀ, ସମ୍ବଲପୁର ଠାରେ ଅରିନ୍ଦମ ରାୟଙ୍କ ଓଡିଆ ଫିଲ୍ମ "ରାମ" କୁ ନଚଳାଇଦେବା ନେଇ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନୋଜ ମିଶ୍ରଙ୍କୁ କୌଣସି ଫିଲ୍ମରେ ଅଭିନୟରେ ନିଆଯିବ ନାହିଁ ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା । ତେବେ ପଶ୍ଚିମ ଓଡିଶାର ଅଭିନେତାଙ୍କ ପ୍ରତି ଏପରି ବୈମାତୃକ ଭାବକୁ ନେଇ କୋଶଳ ସେନା ପକ୍ଷରୁ ବିରୋଧ କରାଯାଇଛି ।

ଆଜି କୋଶଳ ସେନାର ସଦସ୍ୟ ମାନେ ବରଗଡର ସିନେମା ହଲ ମାନଙ୍କରେ ଲାଗିଥିବା ଓଡ଼ିଆ ସିନେମା ପୋଷ୍ଟରକୁ ଫାଡି ପଶ୍ଚିମ ଓଡିଶାବାସୀଙ୍କୁ ଓଡିଆ ସିନେମା ଦେଖିବାକୁ ବାରଣ କରିଛନ୍ତି । ଯଦି ସମ୍ବଲପୁରିଆ ଅଭିନେତାଙ୍କୁ ଦୁଇ ବର୍ଷ ପାଇଁ ସିନେମାରେ ଅଭିନୟ ପାଇଁ ବ୍ୟାନ କରାଯିବ ତାହାହେଲେ ପଶ୍ଚିମ ଓଡିଶାରେ ମଧ୍ୟ ପୂର୍ବଓଡିଶାର ସମସ୍ତ ଓଡିଆ ସିନେମାକୁ ବୟକଟ କରାଯିବ । କୌଣସି ସିନେମା ହଲରେ ଓଡିଆ ଫିଲ୍ମ ଗୁଡିକୁ ରିଲିଜ କରାଇଦିଆଯିବ ନାହିଁ ବୋଲି କୋଶଳ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ୨ ବର୍ଷ ବ୍ୟାନ ଉପରେ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର

ସୂଚନା ଥାଉ କି, ରାମ ଫିଲ୍ମ ଗତ 20 ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିବାବେଳେ ସମ୍ବଲପୁର ର ଆଇଲେକ୍ସ ସିନେମା ହଲ ଠାରେ 3 ଜଣ ବ୍ୟକ୍ତି ଏହି ଫିଲ୍ମ କୁ ବିରୋଧ କରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ବ୍ୟକ୍ତି ମାନେ ମନୋଜ ମିଶ୍ରଙ୍କ ସମର୍ଥକ ହୋଇଥିବା ବେଳେ ଅଞ୍ଚଳରେ ଫିଲ୍ମ ଶୋ'କୁ ବନ୍ଦ କରିନେଇଥିବା ନେଇ ଅରିନ୍ଦମକୁ ଜଣାଇଥିଲେ ରାମ ଫିଲମର ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ଏନେଇ ପ୍ରଡ୍ୟୁସର ସଙ୍ଘକୁ ଅବଗତ କରାଇଥିଲେ । ତେବେ ତଥ୍ୟ ଓ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.