ETV Bharat / state

3ଲକ୍ଷ ପିଲାଙ୍କୁ ଦିଆଯିବ ଜାପାନିଜ ଏନସେଫାଲାଇଟିସ ଟିକା

author img

By

Published : Nov 8, 2019, 11:55 PM IST

ବରଗଡ ଜିଲ୍ଲାରେ ୧୫ ବର୍ଷ ଏବଂ ତାଠାରୁ କମ ବୟସର ସମସ୍ତ ପିଲାଙ୍କୁ ପ୍ରତିଷେଧକ ଟୀକା ଦିଆଯିବ । ଜିଲ୍ଲାର ପ୍ରାୟ 3 ଲକ୍ଷ ୧୮ ହଜାର ୩୨୬ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ ପ୍ରତିଷେଧକ ଟୀକା ଦିଆଯିବ ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜାପାନିଜ ଏନସେଫାଲାଇଟିସ ରୋଗ ବରଗଡ ଜିଲ୍ଲାରେ ନିଜର କାୟା ବିସ୍ତାର କରିବାରେ ଲଗିଛି । ଖାସ କରି ଛୋଟ ଛୋଟ ପିଲା ଏହି ରୋଗର ଶିକାର ହେଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୫ ବର୍ଷ ଏବଂ ତାଠାରୁ କମ ବୟସର ସମସ୍ତ ପିଲାଙ୍କୁ ପ୍ରତିଷେଧକ ଟୀକା ଦିଆଯିବ ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ଼ ଜିଲ୍ଳାରେ ପ୍ରାୟ 3 ଲକ୍ଷ ୧୮ ହଜାର ୩୨୬ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ ପ୍ରତିଷେଧକ ଟୀକା ଦିଆଯିବ । ନଭେମ୍ବର ୧୧ ତାରିଖରୁ ଡ଼ିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଳାର ସମସ୍ତ ବିଦ୍ୟାଳୟ ଏବଂ ଟୀକାକରଣ କେନ୍ଦ୍ରରେ ଟିକାକରଣର ବ୍ୟବସ୍ଥା କରାଯିବ । ବୁଧବାର ଏବଂ ଛୁଟିଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ମଧ୍ୟ ସମସ୍ତ ପିଲାଙ୍କୁ ଏହି ଟୀକା ଦିଆଯିବ ।

୨୮୧ ଜଣ ଭେକସିନେଟର, ୧୪୬୪ ଜଣ ଆଶା କର୍ମୀ ଏବଂ ୨୮୫୦ ଜଣ ଅଙ୍ଗନବାଡ଼ି କର୍ମୀ ଟୀକାକରଣ କାର୍ଯ୍ୟରେ ସାମିଲ ହେବେ । ତେବେ ଗାଁ କଲ୍ୟାଣ ସମିତି ଜରିଆରେ ବିଦ୍ୟାଳୟର ଶିକ୍ଷକ, ଜନ ପ୍ରତିନିଧି ଏବଂ ଅଭିଭାବକ ମାନଙ୍କୁ ଏ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଛି ।

ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ କରି ଏଭଳି ଘୋଷଣା କରାଯାଇଛି । ସିଡିଏମଓ ଡ଼. ପୁଷ୍ପାଂଶୁ ସାହୁ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସାଧିକାରୀ ( ପରିବାର କଲ୍ୟାଣ) ଡ. ତହସିଲ ସାହୁ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଆଦି ସମ୍ମିଳନୀରେ ଯୋଗ ଦେଇ ଟୀକାକରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଜାପାନୀ ରୋଗରେ ବହୁ ଶିଶୁ ଙ୍କ ମୃତ୍ୟୁ ଘଟୁଥିବା ବେଳେ ରାଜ୍ୟରେ ଦିନକୁ ଦିନ ଏହି ଜାପାନୀ ଜ୍ଵର ନିଜର କାୟା ବିସ୍ତାର କରୁଛି | ଏହି ଜାପାନୀ ରୋଗ ଅଳ୍ପ ବୟସର ଛୋଟ ଛୋଟ ପିଲାମାନଙ୍କୁ ଅଧିକ ବ୍ୟାପୁଥିବାରୁ ବରଗଡ ଜିଲ୍ଲାରେ ୧୫ ବର୍ଷର ସମସ୍ତ ପିଲାଙ୍କୁ ପ୍ରତିଷେଧକ ଟୀକା ଦିଆଯିବ ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି |
Body:ବରଗଡ଼ ଜିଲ୍ଳାରେ ତିନି ଲକ୍ଷ ୧୮ ହଜାର ୩୨୬ ଜଣଙ୍କୁ ଜାପାନିଜ ଏନସେଫାଲାଇଟିସ ପ୍ରତିଷେଧକ ଟିକା ଦିଆଯିବ । ଆଗାମୀ ନଭେମ୍ବର ୧୧ ତାରିଖରୁ ଡ଼ିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଳାର ସମସ୍ତ ବିଦ୍ୟାଳୟ ଏବଂ ଟୀକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ଟିକା ଦିଆଯିବ | ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ଏହା ଘୋଷଣା କରାଯାଇଛି | ସିଡିଏମଓ ଡ଼ା ପୁଷ୍ପାଂଶୁ ସାହୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ( ପରିବାର କଲ୍ୟାଣ) ଡ଼ାକ୍ତର ତହସିଲ ସାହୁ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଟୀକାକରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ବୁଧବାର ଏବଂ ଛୁଟୀଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ୧୫ ବର୍ଷର ସମସ୍ତ ପିଲାଙ୍କୁ ଏହି ଟୀକା ଦିଆଯିବ ।
୨୮୧ ଜଣ ଭେକସିନେଟର, ୧୪୬୪ ଜଣ ଆଶା କର୍ମୀ, ଏବଂ ୨୮୫୦ ଜଣ ଅଙ୍ଗନବାଡ଼ି କର୍ମୀ ଟୀକାକରଣ କାର୍ଯ୍ୟରେ ସାମିଲ ହେବେ । ଗାଁ କଲ୍ୟାଣ ସମିତି ଜରିଆରେ ବିଦ୍ୟାଳୟର ଶିକ୍ଷକ, ଜନ ପ୍ରତିନିଧି ଏବଂ ଅଭିଭାବକ ମାନଙ୍କ ମଧ୍ୟ ଏ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଛି । ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ୍ୟ ବଜାର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ସ୍ୱାସ୍ଥ୍ୟ କାନ୍ଥ ଆଦି ସ୍ଥାନରେ ଏନେଇ ସଚେତନତା ସୃଷ୍ଟି କରାଯାଉଛି । ଟୀକାକରଣ ର ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଆବଶ୍ୟକ କିଟ ମଧ୍ୟ ସମସ୍ତଙ୍କୁ ଦିଆଯାଇଛି । ସେହିପରି ମଶା ଦ୍ୱାରା ଏହି ରୋଗ ବ୍ୟାପୁଥିବାରୁ ନିଜ ଆଖ ପାଖ ପରିବେଶକୁ ସଫାସୁତୁରା ରଖିବା ସହ ମଶା ଯେପରି ନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.