ETV Bharat / state

ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ 3 ବ୍ୟବସାୟୀଙ୍କ ଘରେ ରେଡ୍‌ - ପଦ୍ମପୁରରେ ଆୟକର ଚଢାଉ

ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଦିନ କେଇଟା ବାକିଥିବା ବେଳେ ଆଜି ହଠାତ୍‌ କେନ୍ଦ୍ରୀୟ ଟିମ ପକ୍ଷରୁ ରେଡ୍‌ ହୋଇଛି । ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ ବରିଷ୍ଠ କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଉପ ନିର୍ବାଚନ ପୂର୍ବରୁ ପଦ୍ମପୁରରେ 3 ବ୍ୟବସାୟୀଙ୍କ ଘରେ ରେଡ୍‌
ଆୟକର ଚଢ଼ାଉଉପ ନିର୍ବାଚନ ପୂର୍ବରୁ ପଦ୍ମପୁରରେ 3 ବ୍ୟବସାୟୀଙ୍କ ଘରେ ରେଡ୍‌
author img

By

Published : Nov 28, 2022, 11:01 AM IST

Updated : Nov 28, 2022, 1:06 PM IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ହଠାତ୍‌ କେନ୍ଦ୍ରୀୟ ଟିମ୍‌ର ରେଡ୍‌ କରିଛି । 3 ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିବା ସୂଚନା ରହିଛି(IT Raids at Three Businessman Residences)। ଘର ଭିତରେ ରେଡ୍‌ ଚାଲିଥିବା ବେଳେ ବାହାରେ AK-47 ରାଇଫଲ ସହ ସିଆରପିଏଫ ଯବାନମାନେ ଘରକୁ ଜଗି ରହିଛନ୍ତି । ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନଥିବା ସୂଚନା ମିଳିଛି ।

ଉପ ନିର୍ବାଚନ ପୂର୍ବରୁ ପଦ୍ମପୁରରେ 3 ବ୍ୟବସାୟୀଙ୍କ ଘରେ ରେଡ୍‌

ଏହା ମଧ୍ୟ ପଢନ୍ତୁ: 2 ବର୍ଷର ଝିଅକୁ ଖୁଆଇବାକୁ ପାଖରେ ଅର୍ଥ ନଥିଲା, ମାରିଦେଲା ଇଞ୍ଜିନିୟର ବାପା

ହନୁମାନପଡାରେ ଥିବା ମହମ୍ମଦ ସାଜିଦ, ସାହୁପଡାରେ ଥିବା ମାନଭଞ୍ଜନ ସାହୁ ଏବଂ ଶାସ୍ତ୍ରୀ ଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ରେଡ୍ କରାଯାଉଛି । ରେଡ ସମୟରେ ସିଆରଏଫ ଯବାନମାନେ ମୁତୟନ ରହିଛନ୍ତି । ତେବେ ରେଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ପୋଲିସର ସହଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଉଛି ।

ଏହି ରେଡରେ ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି । ବହିଦାରପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଦୁଇଟି ଯାକ ଘରେ ଏକକାଳୀନ ରେଡ୍‌ କରାଯାଇଛି । ତେବେ ରେଡ୍‌ କ’ଣ ପାଇଁ କରାଯାଉଛି, ସେ ବିଷୟରେ କେହି ବି କିଛି ଜାଣିନାହାନ୍ତି । ଉପନିର୍ବାଚନ ସମୟରେ ବିଜେଡ଼ି କର୍ମୀଙ୍କ ଘରେ ଏପରି ଅଚାନକ ଚଢ଼ାଉରେ ବିଜେପିର ହାତଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଇଟିଭି ଭାରତ, ବରଗଡ

Last Updated : Nov 28, 2022, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.