ETV Bharat / state

ପୋଖରୀରେ ବୁଡି ISRO ବୈଜ୍ଞାନିକଙ୍କ ମୃତ୍ୟୁ

author img

By

Published : Apr 18, 2022, 5:04 PM IST

Updated : Apr 18, 2022, 5:13 PM IST

ପୋଖରୀରେ ଗାଧୋଉଥାବା ବେଳେ ଅସାବଧାନତା ଯୋଗୁଁ ଚାଲିଗଲା ଇସ୍ରୋ ବୈଜ୍ଞାନିକଙ୍କ ଜୀବନ । ୨୭ ବର୍ଷର ଇସ୍ରୋ ବୈଜ୍ଞାନିକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଧିକ ପଢ଼ନ୍ତୁ

ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ

ବରଗଡ଼ : ପୋଖରୀରେ ଗାଧୋଉଥାବା ବେଳେ ଅସାବଧାନତା ଯୋଗୁଁ ବୁଡ଼ିବଲେ ବରଗଡ଼ ଜିଲ୍ଲାର ୨୭ ବର୍ଷର ଇସ୍ରୋ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ । ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରଦୌଗିକ ସଂସ୍ଥାନରେ କାର୍ଯ୍ୟରତ ବୈଜ୍ଞାନିକ ନିହାର ରଞ୍ଜନ ଗତ ୧୫ ତାରିଖ ଛୁଟିରେ ଗାଁକୁ ଆସିଥିଲେ । ଗ୍ରାମର ଏକ ପୋଖରୀରେ ଗାଧୋଉଥିବା ବେଳେ ତାଙ୍କ ଗୋଡ଼ ଭିତରକୁ ଖସି ଯାଇଥାଲା । ଯାହାଫଳରେ ସେ ପୋଖରୀ ଭିତରକୁ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରକାଶପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ ନିହାର ଇସ୍ରୋ ବୈଜ୍ଞାନିକ ଭାବରେ କେରଳରେ କାମ କରୁଥିଲେ । ଗତ ୧୫ ତାରିଖ ଛୁଟିରେ ଆସି ଶନିବାର ନିଜ ଗ୍ରାମ ଝାରପାଲିକୁ ଆସିଥିଲେ । ଗ୍ରାମରେ ଦୁଇଦିନ ରହିବାପରେ ଆଜି ସୋମବାର ମଧ୍ୟାହ୍ନରେ ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପୋଖରୀ ଭିତରୁ ବାହାରି ପାରିନଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଯାରି ରଖିଥିବା ବେଳେ ମୃତଦେହକୁ ବ୍ୟବଛେଦ ପାଇଁ ବରଗଡ଼ ପଠାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 18, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.