ବରଗଡ: ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବେ କୋରୋନା କବ୍ଜାରେ । ସେ ସଂକ୍ରମଣ ହୋଇଥିବା ଖୋଦ୍ ସୂଚନା ଦେଇଛନ୍ତି |
ଇରାଶିଷ ଆଚାର୍ଯ୍ୟ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାରରୁ ବରଗଡ ଜିଲ୍ଲା ଭଟଲି ନିଜ ବାସଭବନକୁ ଫେରିବା ପରେ ସେ ଭଟଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜର ସ୍ଵାବ ପରୀକ୍ଷା କରାଇଥିଲେ | ତେବେ ତାଙ୍କର ସ୍ଵାବ ରିପୋର୍ଟ ପଜିଟିଭ ଆସିଛି |
ବର୍ତ୍ତମାନ ସେ ହୋମ କୋରାଣ୍ଟାଇନରେ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ପରୀକ୍ଷା କରାଇନେବା ପାଇଁ ଆନୁରୋଧ କରିଛନ୍ତି | ତେବେ ଇରାଶିଷ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ତାଙ୍କର କୌଣସି ଲକ୍ଷଣ ଦେଖାଯାଇନଥିବା ଜଣାଇଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ