ETV Bharat / state

୧୪୨୦ ବୋତଲ କଫ ସିରଫ ଜବତ, 2 ଗିରଫ - illigal cough syrup seized

ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ ବେଆଇନ ଭାବେ କଫ ସିରଫ ଚାଲାଣ ସମୟରେ ପୋଲିସ ଚଢାଉ କରି ୧୪୨୦ ବୋତଲ କଫ ସିରଫ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବରଗଡ
author img

By

Published : Sep 21, 2019, 6:33 AM IST

ବରଗଡ: ବେଆଇନ କଫ ସିରଫ ଜବତ । ବେଆଇନ ଭାବେ କଫ ସିରଫ ଚାଲାଣ ସମୟରେ ପାଇକମାଳ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୪୨୦ ବୋତଲ କଫ ସିରଫ୍ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଅଞ୍ଚଳରେ ବ୍ୟାପକ ପରିମାଣର କଫ ସିରଫ୍ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ଯୋଜନା ମୁତାବକ ସେଠାରେ ଚଢାଉ କରିଥିଲା । ତେବେ ଘଟଣା ସ୍ଥଳରେ ୧୪୨୦ ବୋତଲ କଫ ସିରଫ୍ ସହ ଗୋଟିଏ ଇଣ୍ଡିକା କାର, ଗୋଟିଏ ହିରୋ ଗ୍ଲେମର ବାଇକ ଓ ଦୁଇଟି ମୋବାଇଲ ଜବତ କରିଛି ପୋଲିସ । ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେପଟେ ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ଅଭିଯୁକ୍ତ ପୋଲିସକୁ ଦେଖି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ଜଣା ପଡିଛି |

ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ମୁନା ବାଗ ଓ ସୁଦାମ ଷାଣ୍ଢ | ସେମାନେ ଛତତିଶଗଡ଼ ଅଞ୍ଚଳରୁ ଏହି କଫ ସିରଫ ଓଡିଶାକୁ ଆଣି ବିକ୍ରି କରୁଥିବା ପ୍ରକାଶ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପାଇକମାଳ ପୋଲିସ କୁ ମିଳିଛି ଏକ ବଡ ସଫଳତା | ୧୪୨୦ ବୋତଲ ଏସକଫ ଶିରଫ ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ଦୁଇଜଣକୁ କାବୁ କରିବାରେ ସଫଳ ହୋଇଛି ପାଇକମାଳ ପୋଲିସ |
Body:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଅଞ୍ଚଳରେ ପୋଲିସ ବ୍ୟାପକ ପରିମାଣରେ ଏସକଫ ଶିରଫ ଜବଦ କରିବା ସହ ଗୋଟିଏ ଇଣ୍ଡିକା କାର , ଗୋଟିଏ ହିରୋ ଗ୍ଲେମର ବାଇକ ଓ ଦୁଇଟି ମୋବାଇଲ ଜବତ କରିଛି | ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ଅଭିଯୁକ୍ତ ପୋଲିସକୁ ଦେଖି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ | ସୂଚନା ଅନୁଯାୟୀ ପାଇକମାଳ ପୋଲିସ କୁ ପୂର୍ବରୁ ଖବର ଥିଲା ଯେ କଫ ଶିରଫ ଚାଲାଣ କରାଯାଉଥିବା ଗାଡି ଝାରମୁଣ୍ଡା ଦେଇ ଆସିବ , ତେବେ ପାଇକମାଳ ପୋଲିସ ଝାରମୁଣ୍ଡା ଛକ ନିକଟରେ ପୂର୍ବ ଯୋଜନା ମୁତାବକ ପେଟ୍ରୋଲିଂ ଚଳାଇଥିଲା ଏବଂ ସେହି ସମୟରେ୧୪୨୦ ବୋତଲ କଫ ଶିରଫ ବୋଝେଇ ଏକ ଇଣ୍ଡିକା କାର ଆସିଥିଲା ଯାହାକୁ ଗୋଟେ ବାଇକ ରେ ଜେନ ଏସକଟ କରୁଥିଲା | ଝାରମୁଣ୍ଡା ଚକକୁ ଆସିବା ମାତ୍ରେ ପୋଲିସ ଉଭୟ ବାଇକ ଓ କାର କୁ ଘେରିଯାଇଥିଲା ଓ ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲା |
ଅଭିଯୁକ୍ତ ମାନେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଘାଗରା ଗ୍ରାମର 23 ବର୍ଷର ମୁନା ବାଗ ଓ ୧୯ ବର୍ଷର ସୁଦାମ ଷାଣ୍ଢ ବୋଲି ଜଣାପଡିଛି | ତେବେ ସେମାନେ ଛତତିଶଗଡ଼ ଅଞ୍ଚଳରୁ ଏହି କଫ ଶିରଫ ଓଡିଶାକୁ ଆଣି ବିକ୍ରିକରୁଥିବା ପ୍ରକାଶ କରିଛନ୍ତି | Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.