ବରଗଡ଼: ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମର ପୋଖରୀ ହୁଡ଼ାରୁ ମିଳିଲା ନର କଙ୍କାଳ । କଙ୍କାଳରେ ଲାଗିରହିଛି ଖଣ୍ଡ ଖଣ୍ଡ ମାଂସ ଓ ମହିଳାଙ୍କ ଅନ୍ତଃବସ୍ତ୍ର । ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛି ପୋଲିସ ।
ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମର ଭଙ୍ଗାକଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛି ।
କଙ୍କାଳରେ ଏବେ ବି ମାଂସ ଲାଗି ରହିଥିବା ସହ ମହିଳାଙ୍କ ଅନ୍ତଃବସ୍ତ୍ର ଗୁଡ଼ାଇ ହୋଇ ରହିଥିବାରୁ ଏହା ଜଣେ ମହିଳାଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି । ଏହା ୪ରୁ ୫ ମାସ ତଳର କଙ୍କାଳ ବୋଲି ଅନୁମାନ କରାଯାଉଛି । ତେବେ ଏଥିରୁ ନମୁନା ସଂଗ୍ରହ କରି ଡିଏନ୍ଏ ଟେଷ୍ଟ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ । ଏନେଇ ସୋହେଲା ପୋଲିସ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ