ETV Bharat / state

ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ପରିବାର, ପ୍ରଶାସନର ନାହିଁ ନଜର - ବରଗଡ

ଦୀର୍ଘ ବର୍ଷ ହେଲା ରାସ୍ତାକଡ଼ରେ ପଲିଥିନ ତଳେ ଜୀବନ ବିତାଉଥିବା ଏକ ଗରିବ ଓ ଭୂମିହୀନ ପରିବାର ଆଜି ପ୍ରମାଣିତ କରିଦେଇଛନ୍ତି ଯେ ପ୍ରକୃତରେ ଓଡ଼ିଶା ରେ ଗରିବଙ୍କୁ କିପରି ମିଳୁଛି ରାଜ୍ୟ ସରକାରଙ୍କ ସୁବିଧା । ପଢନ୍ତୁୁ ସମ୍ପୂର୍ଣ୍ଣ ଖବର..

helpless family in baragarh
helpless family in baragarh
author img

By

Published : Jun 4, 2020, 10:10 PM IST

ବରଗଡ଼: ଓଡ଼ିଶା ବିକାଶ ଓ ପ୍ରଗତି ପଥରେ ଆଗକୁ ବଢୁଥିବା କୁହାଯାଉଥିବା ବେଳେ ଏହା କେତେ ଯେ ସତ ତାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ବରଗଡ଼ ସହରରେ । ଦୀର୍ଘ ବର୍ଷ ହେଲା ରାସ୍ତାକଡ଼ରେ ପଲିଥିନ ତଳେ ଜୀବନ ବିତାଉଥିବା ଏକ ଗରିବ ଓ ଭୂମିହୀନ ପରିବାର ଆଜି ପ୍ରମାଣିତ କରିଦେଇଛନ୍ତି ଯେ ପ୍ରକୃତରେ ଓଡ଼ିଶା ରେ ଗରିବଙ୍କୁ କିପରି ମିଳୁଛି ରାଜ୍ୟ ସରକାରଙ୍କ ସୁବିଧା । ବରଗଡ଼ ସହର ଉପରେ ମୁଖ୍ୟ ରାସ୍ତା କଡରେ ଏପରି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା ଦୃଶ୍ୟ ଦେଖିଲେ ମନକୁ ଆନ୍ଦୋଳିତ କରିପକାଉଥିବା ବେଳେ କଣ ସରକାର ଏତେ ନିର୍ଦୟ ହୋଇପାରନ୍ତି । କଣ ସତରେ ଆଜି ମଣିଷର ମଣିଷ ପଣିଆ ହଜିଯାଇଛି । ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ଅସଂଖ୍ୟ ଯୋଜନା ଥାଇ ମଧ୍ୟ କଣ କୌଣସି ଯୋଜନାର ହକଦାର ହୋଇପାରିଲେ ନାହିଁ ଏହି ଗରିବ ପରିବାର ।

ଅସହାୟ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି ପୋଲିଥିନ ତଳେ , ପ୍ରଶାସନର ନାହିଁ ନଜର

ପରିବାର କହିଲେ ଦୁଇ ବୃଦ୍ଧ ଦମ୍ପତି ଏବଂ 16 ବର୍ଷର ଏକ ଝିଅ । ବରଗଡ ସହର ନାଗେନପାଳି ରାଜରାସ୍ତା କଡରେ ଏକ ଅସ୍ଥାୟୀ ପଲିଥିନ ଘର ଟିଏ କରି ରହୁଛନ୍ତି ବୃଦ୍ଧ ଭାଳେଶ୍ୱର ତିୱାରୀ ତାଙ୍କ ସ୍ତ୍ରୀ ଏବଂ ଏକମାତ୍ର ଝିଅ । ଦେହ ଢାଙ୍କିବାକୁ କପଡା କିଛିଟା ଛାଡିଦେଲେ ଘରେ ଖାଇବାକୁ ମଧ୍ୟ କିଛି ଗଚ୍ଛିତ ନାହି । ଏପରି ସ୍ଥିତିରେ କେବେ ଘରେ ଚୁଲି ଜଳେ ତ କେବେ ନାହିଁ । ବୃଦ୍ଧା ଜଣକ ଢାବାରେ କାମ କରୁଥିବାବେଳେ ବୃଦ୍ଧ ଅନ୍ୟ ମାନଙ୍କର କାମ କରି ଯାହାକିଛି ରୋଜଗାର କରୁଥିଲେ ସେଥିରେ ନିଜର ଏକମାତ୍ର ଝିଅ ସହିତ ତିନି କୁଟୁମ୍ବ ପେଟ ପୋଷଣ କରୁଥିଲେ ।

ମାତ୍ର ପରିଣତ ବୟସରେ ବଞ୍ଚିବା ପାଇଁ ଏବେ କାମ କରିନପାରି ଲୋକଙ୍କୁ ହାତ ପତାଇବାକୁ ପଡୁଛି । ଦୟା ଦେଖାଇ କେହି ଖାଇବାକୁ ଦେଲେ ସପରିବାର ଖାଇଥାନ୍ତି | ଲକଡାଉନ ସମୟରେ ମଧ୍ୟ କୌଣସି ସରକାରୀ ସହାୟତା ମିଳିପାରିଲା ନାହିଁ । ମୁଢି ଖାଇ ଜୀବନ କଟାଇଛନ୍ତି ଏହି ଗରିବ ପରିବାର । ଉଭୟ ଦମ୍ପତିଙ୍କ ବୟସ ୬୩ ଟପି ଗଲାଣି ହେଲେ ନାଁ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନାଁ ଅଛି ରାସନ କାର୍ଡ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ଯୋଜନା କାହାପାଇଁ ? ବରଗଡ ଟାଉନରେ ଯଦି ଗରିବ ଲୋକଙ୍କ ଏପରି ଅବସ୍ଥା ବିଷୟରେ ନାଁ ଜିଲ୍ଲା ପ୍ରଶାସନକୁ ଜଣା, ନାଁ ସ୍ଥାନୀୟ ନେତା ଓ ମନ୍ତ୍ରୀଙ୍କୁ ତେବେ ଜିଲ୍ଲା ମୁଖ୍ୟାଲୟ ଠାରୁ ଦୂରରେ ରହିଥିବା ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଗରିବଙ୍କ କିପରି ରହିଥିବ ଦୁର୍ଦଶା ତାହା ଜଣାପଡିଯାଇଛି । ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସବୁ କେତେ ଫଳପ୍ରଦ ହେଉଛି ତାହାର ନଗ୍ନ ନମୁନା ଆଜି ଲୋକଲୋଚନକୁ ଆସିଛି ।

ବରଗଡ଼ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.