ETV Bharat / state

କୋରୋନା ସତର୍କତା: ହାତଯୋଡି ଅନୁରୋଧ କଲେ ପଦ୍ମଶ୍ରୀ ହଳଧର

author img

By

Published : Mar 25, 2020, 11:37 PM IST

ବୁଧବାର ଲକଡାଉନର ପ୍ରଥମ ଦିନରେ ବରଗଡର ବହୁ ସ୍ଥାନରେ ଲୋକଙ୍କୁ ବାହାରେ ବୁଲୁଥିବା ଦେଖିବାକୁ ମିଲଥିଲା । କିଛି ଲୋକଙ୍କ ଏପରି ମୁର୍ଖାମୀ ପାଇଁ ଜିଲ୍ଲାରେ କୋରୋନା ବ୍ୟାପିଯିବାର ଭୟ ରହିଛି ।

କୋରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ପଦ୍ମଶ୍ରୀ
କୋରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ପଦ୍ମଶ୍ରୀ

ବରଗଡ: କୋରୋନା ମହାମାରୀ କାରଣରୁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ କରାଯାଇଛି ଲକଡାଉନ । ଏନେଇ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ନିଜ ନିଜ ଘରେ ରୁହନ୍ତୁ ଏବଂ କୋରୋନା ସହିତ ଏହି ଲଢେଇରେ ସହଯୋଗ କରନ୍ତୁ |

କୋରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ପଦ୍ମଶ୍ରୀ

ଏନେଇ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଲୋକଙ୍କୁ ସଚେତନତା କରାଯାଇଥିଲା । ମାତ୍ର ବୁଧବାର ପ୍ରଥମ ଦିନରେ ବରଗଡର ବହୁ ସ୍ଥାନରେ ଲୋକଙ୍କୁ ବାହାରେ ବୁଲୁଥିବା ଦେଖିବାକୁ ମିଲଥିଲା । କିଛି ଲୋକଙ୍କ ଏପରି ମୁର୍ଖାମୀ ପାଇଁ ଜିଲ୍ଲାରେ କୋରୋନା ବ୍ୟାପିଯିବାର ଭୟ ରହିଛି ।

ଅନ୍ୟପଟେ ବରଗଡର ଏହି ଦୃଶ୍ୟ ଦେଖି ପଦ୍ମଶ୍ରୀ ହଳଧର ନାଗ ଜନସାଧାରଣଙ୍କୁ ଅନୁରୋଧ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ | ମହାମାରୀ କୋରୋନାଠାରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହିବାକୁ ପଡିବ ବୋଲି ସେ ସମାଜକୁ ହାତଯୋଡି ବିନତି କରୁଥିବା ଦେଖିବାକୁ ମିଳିଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.