ETV Bharat / state

କୁନି କ୍ୟାନ୍ସର ରୋଗୀଙ୍କୁ ମିଳିଲା ସରକାରୀ ସହାୟତା - କୁନି କ୍ୟାନ୍ସର ରୋଗୀ

ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଛୋଟ ଛୋଟ ପିଲାଙ୍କଠାରେ ହୃଦୟ ରୋଗ ବଢି ଚାଲିଥିବା ଜିଲ୍ଲା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 21, 2019, 11:32 AM IST

ବରଗଡ଼: ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଛୋଟ ଛୋଟ ପିଲାଙ୍କଠାରେ ହୃଦୟ ରୋଗ ବଢି ଚାଲିଥିବା ଜିଲ୍ଲା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନର ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବରଗଡ଼ର ମୋବାଇଲ ଟିମ ଜିଲ୍ଲାର ବିଭିନ୍ନ ବ୍ଲକରୁ 3 ବର୍ଷରୁ 12 ବର୍ଷ ମଧ୍ୟରେ ବହୁ ଶିଶୁମାନଙ୍କର ହୃଦୟ ରୋଗ ରହିଥିବା ଏକ ସ୍କ୍ରିନିଙ୍ଗ ଟେଷ୍ଟ ଜରିଆରେ ସନ୍ଦେହ କରିଥିଲେ ।

ତେବେ ହୃଦୟ ରୋଗ ସନ୍ଦେହ କରାଯାଉଥିବା ସମସ୍ତ ଶିଶୁମାନେ ଗରିବ ପରିବାରର ହୋଇଥିବାବେଳେ ଖର୍ଚ୍ଚ ବହୁଳ ଏହି ରୋଗର ଚିକିତ୍ସା କରିବା ପାଇଁ କୌଣସି ପରିବାର ଆର୍ଥିକ ଦୃଷ୍ଟିରୁ ସକ୍ଷମ ନଥିବା ଜଣାପଡିଛି । ତେଣୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଚିକିତ୍ସା ଓ ଯାତାୟତର ସମସ୍ତ ଖର୍ଚ୍ଚ ଆର୍‌ବିଏସ୍‌କେ ବହନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 43 ଜଣ ଶିଶୁଙ୍କ ହୃଦୟ ରୋଗ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପଠାଯାଇଛି । ସମସ୍ତ ଶିଶୁଙ୍କ ଦୁଇଜଣ ଅଭିଭାବକଙ୍କ ସହିତ ଆର୍‌ବିଏସ୍‌କେର ଅମୀୟ ସାହୁ, ଚୂଡାମଣି ଦେବତା, ଡ଼ଃ ଯଯାତି ରାଉତ, ବସନ୍ତ ସାମଲ ପ୍ରମୁଖ ଦୁଇଟି ବସ ମାଧ୍ୟମରେ ଭୁବନେଶ୍ବରକୁ ଯାଇଛନ୍ତି ।

ସେଠାରେ ଗୁଜୁରାଟ ଅହମଦାବାଦରୁ ଆସିଥିବା ଡାକ୍ତରୀ ଦଳ ଶିଶୁମାନଙ୍କ ପ୍ରାରମ୍ଭିକ ଯାଞ୍ଚ ପରେ ଅସ୍ତ୍ରୋପଚାରର ଦିନ ଓ ସମୟ ନିର୍ଦ୍ଧାରଣ କରିବେ । ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିବା ଶିଶୁଙ୍କୁ ଅହମ୍ମଦାବାଦକୁ ପଠାଯିବ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଧୁଚରଣ ଦାସ, ଆର୍‌ବିଏସ୍‌କେ ମ୍ୟାନେଜର ରାକେଶ ମହାପାତ୍ର ଏବଂ ଜିଲ୍ଲାର ଅନ୍ୟ ସ୍ବାସ୍ଥ୍ୟକର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚିକିତ୍ସା ପାଇଁ ଯାଉଥିବା ସମସ୍ତ ଶିଶୁମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:xBody:xxConclusion:xxx
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.