ETV Bharat / state

ଚିକିଲି ଗାଁରେ ପଶିଲା ବନ୍ୟାଜଳ, ଲୋକେ ହନ୍ତସନ୍ତ

ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି । ଲଗାଣ ବର୍ଷା କାରଣରୁ ବରଗଡ ଜିଲ୍ଲା ଅନ୍ତର୍ଗତ ଚିକିଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

flood situation in chikhili village
ଚିକିଲି ଗାଁରେ ପଶିଲା ବନ୍ୟାଜଳ
author img

By

Published : Aug 30, 2020, 8:57 AM IST

ବରଗଡ: ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି । ଲଗାଣ ବର୍ଷା କାରଣରୁ ବରଗଡ ଜିଲ୍ଲା ଅନ୍ତର୍ଗତ ଚିକିଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମ ଭିତରକୁ ବନ୍ୟା ପାଣି ପ୍ରବେଶ କରି ବହୁ ଘର ଭାଙ୍ଗି ଯାଇଥିବା ବେଳେ ଶତାଧିକ ଲୋକଙ୍କୁ ଗ୍ରାମରୁ ଉଦ୍ଧାର କରି ନିକଟସ୍ଥ ଗ୍ରାମକୁ ଅଣାଯାଉଛି | ଗତ ଶୁକ୍ରବାର ରାତିରୁ ଗ୍ରାମ ଭିତରକୁ ପାଣି ପ୍ରବେଶ କରିବା ଆରମ୍ଭ କରିଥିବା ବେଳେ ଶନିବାର ପୁରା ଗ୍ରାମ ଜଳମଗ୍ନ ହୋଇପଡିଛି । ପକ୍କା ଘର ଥିବା ଲୋକେ ନିଜ ନିଜ ଛାତ ଉପରେ ଆଶ୍ରୟ ନେଇ ଦିନ କାଟୁଥିବା ବେଳେ ଅନ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି ।

ଚିକିଲି ଗାଁରେ ପଶିଲା ବନ୍ୟାଜଳ

ତେବେ ଶୁକ୍ରବାରରୁ ବନ୍ୟାଜଳ ତଥା ହୀରାକୁଦ ଜଳଭଣ୍ଡାର ଜଳ ଏହି ଗ୍ରାମରେ ପଶିଥିଲା । ଗାଁରେ ବନ୍ୟା ଜଳ ପ୍ରବେଶ ପରେ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ବେଳେ ଗ୍ରାମ ଭିତରେ ପ୍ରାୟ ୧୦ ଫୁଟ ପାଣି ଭରିରହିଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି |

ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ କର୍ମଚାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିବା ବେଳେ ଡଙ୍ଗା ଏବଂ ବୋର୍ଟ ସାହାଯ୍ୟରେ ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ଆଣୁଛନ୍ତି । ନିକଟସ୍ଥ ଗଣ୍ଠିଆପାଳି ଗ୍ରାମର ସ୍କୁଲରେ ଲୋକଙ୍କୁ ଥଇଥାନ କରାଯାଇ ସେମାନଙ୍କ ଖାଇବା ଏବଂ ଶୋଇବାର ବ୍ୟବସ୍ଥା କରାଯାଇଛି |

ଚିକିଲି ଗ୍ରାମର ବହୁ ଲୋକେ ନିଜ ନିଜର ପିଲା ଛୁଆ ଏବଂ ଗୃହପାଳିତ ପଶୁଙ୍କୁ ଧରି ଗ୍ରାମରୁ ଚାଲି ଆସିଥିବା ବେଳେ ଏବେ ମଧ୍ୟ ବହୁ ଗାଈ ଗୋରୁ ଚିକିଲି ଗ୍ରାମରେ ଫସି ରହିଛନ୍ତି | ଚିକିଳି ଗ୍ରାମ ଭିତରେ ରହିଥିବା ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଯୋଗାଇବା ସହିତ ଜିଲ୍ଲାପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରିରଖିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.