ETV Bharat / state

ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ବିଜେପୁର ଥାନାରେ ଏତଲା

ବିଜେପୁର ଥାନାରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ହେଲା । ଜେପୁର ଥାନାରେ ଏତଲା ଦେଲେ ଖୋଦ ବିଜେଡି ନେତ୍ରୀ ତଥା ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକ । ସେପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ସହିତ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଅଧିକ ପଢନ୍ତୁ

author img

By

Published : Dec 21, 2022, 7:04 AM IST

ସୀତା ବାରିକ
ସୀତା ବାରିକ
ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ବିଜେପୁର ଥାନାରେ ଏତଲା

ବରଗଡ: ବିଜେପୁର ଥାନାରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ହେଲା । ଜେପୁର ଥାନାରେ ଏତଲା ଦେଲେ ଖୋଦ ବିଜେଡି ନେତ୍ରୀ ତଥା ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକ । ଗତକାଲି ବିଜେଡ଼ି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ସଂଘର୍ଷରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ଆହତ ହୋଇଥିବା ଜଣାପଡ଼ିଛି । ବିଜେଡ଼ି ବିଜେଡ଼ି ମଧ୍ୟରେ ହୋଇଥିବା ଗଣ୍ଡଗୋଳ କାରଣରୁ ବିଜେପୁରରେ ପରିସ୍ଥିତି ଅଶାନ୍ତ ହୋଇପଡିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ସହିତ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ।

ଏହାକୁ ନେଇ ବିଜେପୁର ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ଅପରାହ୍ନ 3 ଟାରେ ବିଜେପୁର ଆହାର କେନ୍ଦ୍ର ଠାରେ ବିଜେପୁର NAC ଅଧ୍ୟକ୍ଷା ଓ କିଛି କାଉନସିଲର ରୋଷେଇ ଗୃହ ନିର୍ମାଣ ପାଇଁ ଚିହ୍ନ ଦେଉଥିବା ସମୟରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ସୌରଵ ସାହୁ ସମର୍ଥକଙ୍କ ସହିତ ଆସି କୌଣସି କାରଣକୁ ନେଇ ଗଣ୍ଡଗୋଳ କରିଥିଲେ । ଏହାସହ ଅଭଦ୍ର ବ୍ୟବହାର କରି ଶାଢ଼ୀ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ବିଜେଡ଼ି ଦଳର ଅନ୍ୟ ଏକ ଗୋଷ୍ଠୀ ଘଟଣା ସ୍ଥଳକୁ ଆସିବା ପରେ ଗଣ୍ଡଗୋଳ ବଢିଯାଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ବିଜେପୁରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ ସେନେଇ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.