ETV Bharat / state

GST ବିଭାଗ ପକ୍ଷରୁ ବିଜେପି କର୍ମୀଙ୍କ ବିରୋଧରେ ଥାନାରେ ଏତଲା

author img

By

Published : Nov 29, 2022, 10:45 PM IST

GST ବିଭାଗର ଏତଲା କ୍ରମେ ଏହି ମାମଲା ରୁଜୁ ହୋଇଛି । ଗତକାଲି ସନ୍ଧ୍ୟାରେ ରାଜ୍ୟ GST ବିଭାଗ ଦ୍ଵାରା ଛୋଟିଆ ଦୋକାନ ମାନଙ୍କରେ ହୋଇଥିବା ଉଦ୍ଦେଶ୍ୟ ମୂଳକ ଚଢାଉ ରେ ପଦ୍ମପୁର ବାସିନ୍ଦା ଉତ୍ୟକ୍ତ ହୋଇପଡିଥିଲେ । ବଣିକ ସଂଘ ଏହାର ବିରୋଧ କରିଥିଲା। ଅଧିକ ପଢନ୍ତୁ

GST ବିଭାଗ ପକ୍ଷରୁ ବିଜେପି କର୍ମୀଙ୍କ ବିରୋଧରେ ଥାନାରେ ଏତଲା
GST ବିଭାଗ ପକ୍ଷରୁ ବିଜେପି କର୍ମୀଙ୍କ ବିରୋଧରେ ଥାନାରେ ଏତଲା

ବରଗଡ: ପଦ୍ମପୁର ଆଦର୍ଶ ଥାନା ଓ ପାଇକମାଳ ଥାନାରେ ବିଜେପି କର୍ମୀଙ୍କ ନାଁରେ ଏତଲା । GST ବିଭାଗର ଏତଲା କ୍ରମେ ଏହି ମାମଲା ରୁଜୁ ହୋଇଛି । ଗତକାଲି ସନ୍ଧ୍ୟାରେ ରାଜ୍ୟ GST ବିଭାଗ ଦ୍ଵାରା ଛୋଟିଆ ଦୋକାନ ମାନଙ୍କରେ ହୋଇଥିବା ଉଦ୍ଦେଶ୍ୟ ମୂଳକ ଚଢାଉ ରେ ପଦ୍ମପୁର ବାସିନ୍ଦା ଉତ୍ୟକ୍ତ ହୋଇପଡିଥିଲେ । ବଣିକ ସଂଘ ଏହାର ବିରୋଧ କରିଥିଲା। ଘଟଣା ସ୍ଥଳରେ ବହୁ ବିଜେପି କର୍ମୀ ମଧ୍ୟ ବିଜେଡି ର ଏପରି ଆକ୍ରୋଶ ମୂଳକ ଚଢାଉକୁ ବିରୋଧ କରିଥିଲେ ।

ଘଟଣାଟି ଉଗ୍ରରୂପ ନେଇଥିଲା । GST ବିଭାଗର କର୍ମଚାରୀଙ୍କୁ ଘେରି ଗାଳିଗୁଲଜ କରିଥିଲେ ଲୋକେ । ତେବେ ଏହି ଘଟଣାକୁ ନେଇ ପଦ୍ମପୁର ଥାନା ଓ ପାଇକମାଳ ଥାନାରେ 500 ରୁ ଅଧିକ ବିଜେପି କର୍ମୀ ଙ୍କ ନାମରେ ଏତଲା ରୁଜୁ କରିଛି ପୋଲିସ ।

ସୂଚନା ଅନୁଯାୟୀ ଗତକାଲି ସକାଳେ 3 ଜଣ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗ ଦ୍ଵାରା ଚଢାଉ ହୋଇଥିଲା । ଯାହାକୁ ନେଇ ବିଜେଡି ମଧ୍ୟ ବିଜେପି କର୍ମୀ ମାନଙ୍କର ଦୋକାନ ମାନଙ୍କରେ GST ରେଡ କରାଇଥିଲା ବୋଲି ଅଭିଯୋଗ ହୋଇଛି । ବିଜେପି କର୍ମୀଙ୍କ ଦୋକାନରେ ଖୋଲା ଖୋଲି ଭାବରେ ରେଡ ଚାଲିଥିବା ବେଳେ ଲୋକଙ୍କ ଭିଡ ଜମିଥିଳା । ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିଲା ।

ଏହାକୁ ବିରୋଧ କରି ପଦ୍ମପୁର ବଣିକ ସଂଘ 12 ଘଣ୍ଚିଆ ପଦ୍ମପୁର ବନ୍ଦ ଡାକରା ଦେଇଥିଲା । ତେବେ ବରଗଡ ଏସପି , ବଣିକ ସଂଘ ଓ GST କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରେ ଏକ ପ୍ରକାରର ସମାଧାନ ହୋଇଥିଲା । ମାତ୍ର ଆଜି ପଦ୍ମପୁର ଥାନାରେ ପୁଣି ଯେଉଁ ଦୋକାନ ମାନଙ୍କରେ ଚଢାଉ କରାଯାଇଥିଲା ସେହି ବିଜେପି କର୍ମୀ ମାନଙ୍କ ନାମରେ ଏବଂ 500 ରୁ ଅଧିକ ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ବିଭାଗର ଏପରି କାର୍ଯ୍ୟକଳାପ ବିରୋଧରେ ଆଜି ବିଜେପି ଦଳ ପକ୍ଷରୁ ଡିଆଇଜି ଙ୍କ ଠାରେ ଅଭିଯୋଗ ମଧ୍ୟ ହୋଇଛି । ଏହାସହ ବରଗଡ ଏସପି ଙ୍କୁ ବଦଳି ଦାବି କରିଛି ବିଜେପି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.