ବରଗଡ: ଫାଇଲେରିଆ ନିରାକରଣ ପାଇଁ ଦ୍ଵିତୀୟ ବୈଠକ ବରଗଡ ପୁରୁଣା ହସ୍ପିଟାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃୟାରୀ ୨୫ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସାର୍ବଜନୀନ ମାଗଣା ଔଷଧ ସେବନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
୨ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ରୋଗିଣା ବ୍ୟକ୍ତିଙ୍କୁ ଛାଡି ଦେଇ ବାକି ସମସ୍ତଙ୍କୁ ଆଶା ଦିଦି, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ଏହି ଔଷଧ ସେବନ କରାଇବେ । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ