ETV Bharat / state

ଚର୍ଚ୍ଚିତ ଭେଡେନ ବ୍ଲକ ହତ୍ୟାକାଣ୍ଡ ଘଟଣ, ୩ ବାପପୁଅଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - ବରଗଡ଼଼ ହତ୍ୟାକାଣ୍ଡ

ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ 3 ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ଭେଡେନ ବ୍ଲକ୍‌ର ହତ୍ୟାକାଣ୍ଡ: ୩ ବାପପୁଅଙ୍କୁ ହେଲା ଆଜୀବନ କାରାଦଣ୍ଡ

author img

By

Published : Sep 9, 2022, 9:36 AM IST

ବରଗଡ଼: ଭେଡେନ ବ୍ଲକ ହୋଇଥିବା ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ରାୟ ଶୁଣାଇଲେ କୋର୍ଟ । ଗତ 2015 ମସିହାରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ 3 ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତରେ କରିଛନ୍ତି ବରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍‌ ଶୋତସ୍ବିନୀ କର । ବିଚାରଧୀନ କଏଦୀ ଭାବରେ 7 ବର୍ଷ ହେଲା ବରଗଡ଼ ଜେଲ ଭିତରେ ଥିବା 3 ଜଣଙ୍କୁ ବରଗଡ଼ କୋର୍ଟ ଆଜୀବନ ଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । 3 ଜଣ କଏଦୀ ଗୋଟିଏ ପରିବାରର ବାପ ଓ ଦୁଇ ପୁଅ ବୋଲି ଜଣାପଡ଼ିଛି ।

ଚର୍ଚ୍ଚିତ ଭେଡେନ ବ୍ଲକ ହତ୍ୟାକାଣ୍ଡ ଘଟଣ

2015 ମସିହା ଫେବୃଆରୀ ୧୨ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ତାଳଗାଁ କେନ୍ଦପାଲି ଗ୍ରାମର ପ୍ରେମରାଜ କରନ ଓ ତାଙ୍କ ପୁଅ ଏକାଦଶିଆ କରନଙ୍କୁ ସେହି ଗ୍ରାମର 3 ଜଣ ବ୍ୟକ୍ତି କୂଳ ବାରିକ ଓ ତାଙ୍କ ଦୁଇ ପୁଅ ମୀନକେତନ ଓ ସଚିଦା ବାରିକ ହତ୍ୟା କରିଥିଲେ । ଜମିବାଡ଼ି ବାବଦକୁ କେନ୍ଦ୍ରକରି ଗଣ୍ଡଗୋଳ କରିଥିଲେ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପ୍ରେମରାଜ କରନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୁଅ ଏକାଦଶିଆ କରନ ଗୁରୁତର ହୋଇପଡ଼ିଥିଲେ ।

ଏହି ଘଟଣାକୁ ନେଇ ଭେଡେନ ଥାନାରେ ପ୍ରେମରାଜଙ୍କ ଝିଅ ରଶ୍ମିତା କରନଙ୍କ ଏତଲା ଦେଇଥିଲେ । ଅଭିଯୋଗ କ୍ରମେ ତିନି ବାପପୁଅଙ୍କୁ ପୋଲିସ ଗିରଫ କରିକୋର୍ଟକୁ ଚାଲାଣ କରିଥିଲା । ଏହି ହତ୍ୟା ଘଟଣାର ତଦନ୍ତକାରୀ ଅଧିକାରୀ ପ୍ରମାଣ ଓ ସାକ୍ଷ୍ୟ ସଂଗ୍ରହ କରିଥିଲେ । ସରକାରୀ ଓକିଲ ମନୋଜ ଏକ୍କା କୋର୍ଟରେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ l

ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଦୃଷ୍ଟିରେ ରଖି ବରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍‌ ତିନି ବାପାପୁଅଙ୍କୁ ଦଫା 302/34 ଓ 326/34 ଅନୁଯାୟୀ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ମୃତକ ପରିବାରକୁ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.