ବରଗଡ: ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ବାପା ଓ ଝିଅ । ବରଗଡ ସୋହେଲା ବିଜେପୁର ରାସ୍ତା କନାପାଲି ଛକରେ ବାଇକ କାର ମୁହାଁମୁହିଁ ଧକ୍କା ଫଳରେ ମନୋହର ପାଲି ଗାଁର ବାପା ଝିଅଙ୍କ ମୃତ୍ୟୁ ହୋଇଛି । ପ୍ରଦୀପ ସାହୁ ଓ ପ୍ରାୟ ପାଞ୍ଚ ବର୍ଷୀୟ ଝିଅ ରୁପା ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ ମନୋହରପାଲି ଗ୍ରାମରୁ ସୋହେଲା ଥପାପାଲି ଗାଁ କୁ ନିଜ ସମ୍ପର୍କୀୟ ଘରକୁ ଉଭୟ ବାପା ଓ ଝିଅ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ଦେଖି ଆଜି (ବୁଧବାର ) ବାଇକରେ ଗାଁକୁ ଫେରୁଥିଲେ । ହେଲେ ବାଟରେ ଛକି ବସିଥିଲା ଯମ । କନାପାଲି ଛକରେ ଅପରପଟୁ ଦ୍ରୁତ ଗତିରେ ଆସୁଥିବା OD 17 Y 4078 ନମ୍ବର ବିଶିଷ୍ଟ ଏକ କାର ପ୍ରଦୀପ ସାହୁଙ୍କ ବାଇକକୁ ଧକ୍କା ଦେଇଥିଲା । କାର ଓ ବାଇକ ମୁହାଁମୁଁହି ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ବାଇକରେ ଥିବା ଉଭୟ ବାପ ଓ କୁନି ଝିଅର ମୃତ୍ୟୁ ହୋଇଯାଇଥିଲା ।
ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣାରେ ମୃତ ପ୍ରଦୀପ ସାହୁ ଓ ପ୍ରାୟ ପାଞ୍ଚ ବର୍ଷୀୟ ଝିଅ ରୁପା ସାହୁ ମନୋହର ପାଲି ଗ୍ରାମର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ରାସ୍ତା ଉପରେ ବସି ମୃତ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଘଟଣାସ୍ଥଳକୁ ଭଟଲି ବିଧାୟକ ସୁଶାନ୍ତ ସିଂ ମଧ୍ୟ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହିତ ମୃତକ ପରିବାରଙ୍କୁ ସହାୟତା ପାଇଁ ଆଶ୍ବସନା ଦେଇଛନ୍ତି ।
ଇଟିଭି ଭାରତ, ବରଗଡ
ଯାତ୍ରା ଦେଖି ଘରକୁ ଫେରୁଥିଲେ ବାପ ଓ ଝିଅ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ - ସଡ଼କ ଦୁର୍ଘଟଣା
ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ବାପ ଝିଅ । ବରଗଡ ସୋହେଲା ବିଜେପୁର ରାସ୍ତା କନାପାଲି ଛକରେ ବାଇକ କାର ମୁହାଁମୁହିଁ ଧକ୍କା ଫଳରେ ମନୋହର ପାଲି ଗାଁର ବାପା ଝିଅଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ