ETV Bharat / state

ଧାନ ବିକ୍ରି କରିନପାରି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

author img

By

Published : Jan 26, 2020, 8:53 AM IST

ବରପାଲି ବ୍ଲକ ଅନ୍ତର୍ଗତ ସତଲମା ମାର୍କେଟ ଯାର୍ଡ଼ ଠାରେ ପଡିରହିଛି ହଜାର ହଜାର ବସ୍ତା ଧାନ l ନା ଟୋକାନ ମିଳୁଛି ନା ମଣ୍ଡିରୁ ଧାନ ଉଠୁଛି । ଶେଷରେ ଅତିଷ୍ଠ ହୋଇ ଶନିବାର ଦିନ ବାଧ୍ୟ ହୋଇ ଚାଷୀମାନେ ଆନ୍ଦୋଳନ କରିଛନ୍ତି ।

farmers strike
ଧାନ ବିକ୍ରି କରିନପାରି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ: ଚାଷ କାମ ପାଇଁ ବରଗଡ ଜିଲ୍ଲା ସାରା ରାଜ୍ୟରେ ପ୍ରସିଦ୍ଧ | ଏଠାରେ ପ୍ରଚୁର ମାତ୍ରାରେ ଧାନ ଉତ୍ପାଦନ କରାଯାଉଥିବାରୁ ବରଗଡ ଜିଲ୍ଲା ଓଡିଶାର ଭାତହାଣ୍ଡି ହୋଇପାରିଛି । କିନ୍ତୁ ଧାନକୁ ବିକ୍ରୀ କରିବା ପାଇଁ ସରକାରଙ୍କ ଟୋକନ ବ୍ୟବସ୍ଥା ଦ୍ବାରା ଶନିବାର ଦିନ ଚାଷୀମାନେ ସମ୍ପୂର୍ଣ ଅସହାୟ ହୋଇ ପଡିଛନ୍ତି l

ରାଜ୍ୟ ସରକାରଙ୍କ ଟୋକାନ ବ୍ୟବସ୍ଥା ଭାତହାଣ୍ଡିର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି | ଜିଲ୍ଲାର ହଜାର ହଜାର ଚାଷୀ ନିଜର ଧାନ ସବୁ ବିକ୍ରି କରିନପାରି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଶେଷରେ ବାଧ୍ୟ ହୋଇ ଚାଷ କାମ ଛାଡି ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ।

ବରପାଲି ବ୍ଲକ ଅନ୍ତର୍ଗତ ସତଲମା ମାର୍କେଟ ଯାର୍ଡ଼ ଠାରେ ପଡିରହିଛି ହଜାର ହଜାର ବସ୍ତା ଧାନ l ନା ଟୋକାନ ମିଳୁଛି ନା ମଣ୍ଡିରୁ ଧାନ ଉଠୁଛି ଏପରି ଅବସ୍ଥାରେ ଦିନ ରାତି ନିଜ ଧାନକୁ ମଣ୍ଡିରେ ଜଗି ରହିଛନ୍ତି ଚାଷୀ l ବାରମ୍ବାର ଅଭିଯୋଗ ସତ୍ତ୍ବେ ସରକାରୀ କର୍ମଚାରୀ ମାନଙ୍କ ଠାରୁ ନିରାଶ ହୋଇଛନ୍ତି ଚାଷୀ । ଶେଷରେ ଅତିଷ୍ଠ ହୋଇ ଶନିବାର ଦିନ ବାଧ୍ୟ ହୋଇ ଶହ ଶହ ଧାନ ବୋଝେଇ ଗାଡି ସ୍ଥାନୀୟ ସିକିରଡି ଛକ ମୁଖ୍ୟ ରାସ୍ତା ଠାରେ ରଖି ଆନ୍ଦୋଳନରେ ବସିଥିଲେ l ଏହି ଘଟଣାକୁ ନେଇ ପ୍ରଶାସନ ତରଫରୁ ସିଏସଓ ଇନଚାର୍ଜ ଦୁର୍ଗା ଚରଣ ଭେଶ୍ରା ଓ ଆରଏମସି ସମ୍ପାଦକ ଦୁର୍ଗା ଛୁରିଆ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା 30ତାରିଖ ସୁଦ୍ଧା ସବୁ ଧାନ ଉଠେଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ l

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.