ବରଗଡ଼: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଲାଗି ରହିଛି ଆନ୍ଦୋଳନ । ତେବେ ଏନେଇ ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରାକୁ ବରଗଡ ଗାନ୍ଧୀ ଛକଠାରେ ସମ୍ବର୍ଦ୍ଧିତ କରିଛନ୍ତି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତି, ଜୟ କିଷାନ ଆନ୍ଦୋଳନ ଏବଂ ଶହ ଶହ ଚାଷୀ ।
କେନ୍ଦ୍ର ସରକାରଙ୍କ ତିନି ଗୋଟି କୃଷି ଆଇନକୁ ବିରୋଧ କରି ସମଗ୍ର ଦେଶରେ ଚାଷୀ ଆନ୍ଦୋଳନ ତେଜି ଥିବା ବେଳେ ଏହାର ସମର୍ଥନରେ ଓଡ଼ିଶାର ୧୨ ଗୋଟି କୃଷକ ସଙ୍ଗଠନ ମିଳିତ ହୋଇ ଆରମ୍ଭ କରିଛନ୍ତି କୃଷକ ଅଧିକାର ଯାତ୍ରା । ଏହି ଯାତ୍ରାଟି ଗତ ୧୨ ତାରିଖଠାରୁ ବାହାରି ଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୨୦ ଜିଲ୍ଲା ପରିକ୍ରମା କରିବ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ