ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ ପଖାଳ ଖାଇ ଆନ୍ଦୋଳନ କଲେ ଚାଷୀ

author img

By

Published : Jun 10, 2020, 8:43 PM IST

ବରଗଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପଖାଳ ଭାତ ଖାଇ ନିଆରା ଆନ୍ଦୋଳନ କାରିଛନ୍ତି ଭେଡ଼େନ ବ୍ଲକର ଚାଷୀ । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ନହେବ, ସେବେ ଯାଏଁ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଭାତ ପଖାଳ ଖାଇ ବସି ରହିଥିବେ ବୋଲି ଜଣାଇଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ଅଫିସ ଆଗରେ ପଖାଳ ଖାଇ ଆନ୍ଦୋଳନ କଲେ ଚାଷୀ
ଜିଲ୍ଲାପାଳଙ୍କ ଅଫିସ ଆଗରେ ପଖାଳ ଖାଇ ଆନ୍ଦୋଳନ କଲେ ଚାଷୀ

ବରଗଡ: ଧାନ ବିକ୍ରିରେ ସମସ୍ୟା ନେଇ ବରଗଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପଖାଳ ଭାତ ଖାଇ ନିଆରା ଆନ୍ଦୋଳନ କାରିଛନ୍ତି ଭେଡ଼େନ ବ୍ଲକର ଚାଷୀ । ହଜାର ହଜାର ବସ୍ତା ଧାନ ମଣ୍ଡିରେ ଗଦା ହୋଇଥଲେ ସୁଦ୍ଧା ପ୍ରଶାସନ ଚାଷୀର ଧାନ ଉଠାଉନଥିବା ବେଳେ ଧାନ ସବୁ ପଡି ଖତ ଖାଇବାକୁ ବସିଲାଣି । ଅନ୍ୟପକ୍ଷେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଧାନ ବିକ୍ରି କରାନଯିବାରୁ ବାଧ୍ୟ ହୋଇ ଚାଷୀମାନେ ବରଗଡ ଜିଲ୍ଲାପାଳଙ୍କ ଅଫିସରେ ରହିବା ପାଇଁ ପହଞ୍ଚିଯାଇଛନ୍ତି ସଲେପାଳି ଗାଁର ଶତାଧିକ ଚାଷୀ |

ଭେଡ଼େନ ବ୍ଲକ ସଲେପାଳି ଗାଁର ମଣ୍ଡିରେ 40 ହଜାର ବସ୍ତା ଧାନ ପଡିରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର 8 ହଜାର ବସ୍ତା ଧାନ ଉଠିଛି । ବାକି ଧାନ ବସ୍ତା ସବୁ ପଡିରହିଛି ବିକ୍ରି ହେଉନାହିଁ | ଗତ ମାସ 8 ତାରିଖରୁ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବାସୁଦ୍ଧା ସଲେପାଳି ଗ୍ରାମରେ ରହିଥିବା ୪୦୦ ଚାଷୀ ମଧ୍ୟରୁ ମାତ୍ର ୨୫ ଜଣ ଚାଷୀଙ୍କ ଧାନ ବିକ୍ରି ହୋଇଛି ଏବଂ ବାକି ୩୫୦ରୁ ଅଧିକ ଚାଷୀଙ୍କ ୩୫ ହଜାର ବସ୍ତା ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡିରହିଛି ।

ଗାଁର ଚାଷୀମାନେ ୧୫ ଦିନ ମଧ୍ୟରେ ଚାରି ଚାରି ଥର ଜିଲ୍ଲାପ୍ରଶାସନ ନିକଟକୁ ଆସି ବହୁ ଗୁହାରୀ କରିଯାଇଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ବୁଧବାର ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ନହେବ, ସେବେ ଯାଏଁ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପଖାଳ ଖାଇ ବସି ରହିଥିବେ ବୋଲି ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.