ETV Bharat / state

ବୀମା କମ୍ପାନୀ ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା, ବୀମାରୁ ବଞ୍ଚିତ ଚାଷୀ - ବୀମା

ବରଗଡ ଜିଲ୍ଲା ସୋହେଲା ବ୍ଲକରେ ଗତ ୨୦୧୬ ମସିହାରେ ଖରିପ ଫସଲରେ ଅନାବୃଷ୍ଟି ଜନିତ ହୋଇଥିବା ଧାନ ଚାଷର କ୍ଷତିପୂରଣ ୧୩ ଗୋଟି ପଞ୍ଚାଯତର ଚାଷୀ ମାନେ ପାଇନାହାନ୍ତି । ଜିଲ୍ଲାପାଳ ଚାଷୀମାନଙ୍କ ସହିତ ଆଲୋଚନା କଲାପରେ ସମସ୍ତ ବ୍ୟାଙ୍କ ଅଧିକାରୀ ଓ ବୀମା କମ୍ପାନୀ ମାନଙ୍କସହିତ ବୈଠକ କରିଥିବା ବେଳେ ଅନ୍ୟ ତାରିଖ ଦେଇ ଏହାର ଫଇସଲା କରାଯିବ ବୋଲି ଚାଷୀଙ୍କୁ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 20, 2019, 9:39 PM IST

ବରଗଡ: ଭାତହାଣ୍ଡି ଭାବେ ପରିଚିତ ବରଗଡରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଚାଷୀଙ୍କ ପାଇଁ କିଛିଟା ଆଶ୍ଵସ୍ତି ଆଣିଛି । କିନ୍ତୁ ବରଗଡ ଜିଲ୍ଲା ସୋହେଲା ବ୍ଲକରେ ଗତ ୨୦୧୬ ମସିହାରେ ଖରିପ ଫସଲରେ ଅନାବୃଷ୍ଟି ଜନିତ ହୋଇଥିବା ଧାନ ଚାଷର କ୍ଷତିପୂରଣ ୧୩ ଗୋଟି ପଞ୍ଚାଯତର ଚାଷୀ ମାନେ ପାଇନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଚାଷୀଙ୍କ ବହୁ ଗୁହାରି ଓ ଅଭିଯୋଗ ପରେ ବୀମା କମ୍ପାନୀ ଓ ଜିଲ୍ଲାପ୍ରଶାସନ ଶୁଣିନଥିଲେ । ତେବେ ସୋହେଲା ବ୍ଲକ୍ର ୫ଟି ପଞ୍ଚାଯତର ୧୬୦୦ ଚାଷୀ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିଲେ ଓ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ |

ଚାଷୀ ନ୍ୟାୟ ପାଇଁ ସଠିକ ଭାବେ ତଦନ୍ତ କରି କ୍ଷତିପୂରଣ ସେ ସମୟର ବୀମା କମ୍ପାନୀଠାରୁ ଆଦାୟ କରିବା ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଆଦେଶ ଦେଇଛନ୍ତି ।

ଏନେଇ ସୋହେଲା ବ୍ଲକର ବହୁ ଚାଷୀ ଗତ ୨୦୧୬ ମସିହାରେ ଉଜୁଡି ଯାଇଥିବା ଫସଲର କ୍ଷତିପୂରଣ ପାଇବା ଆଶାରେ ବରଗଡ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ । ବରଗଡ ଜିଲ୍ଲାପାଳ ଚାଷୀମାନଙ୍କ ସହିତ ଆଲୋଚନା କଲାପରେ ସମସ୍ତ ବ୍ୟାଙ୍କ ଅଧିକାରୀ ଓ ବୀମା କମ୍ପାନୀ ମାନଙ୍କସହିତ ବୈଠକ କରିଥିବା ବେଳେ ଅନ୍ୟ ତାରିଖ ଦେଇ ଏହାର ଫଇସଲା କରାଯିବ ବୋଲି ଚାଷୀଙ୍କୁ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ଯୋଜନାରେ ଚାଷୀ ତାର ବୀମା ପ୍ରିମିୟମ ପୂର୍ବରୁ ପଇଠ କରୁଥିବା ବେଳେ ଫସଲରେ କ୍ଷତି ହେଲେ ଚାଷୀମାନେ କ୍ଷତିପୂରଣ ବାବଦକୁ ବୀମା ରାଶି ପାଇପାରୁନାହି । ବୀମା କମ୍ପାନୀ ରାଜନେତା ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ବୀମା କମ୍ପାନୀ ଚାଷୀଙ୍କୁ ଠକି ଚାଲିଛି ଏବଂ ଜିଲ୍ଲାର ଚାଷୀ ମାନେ ନିଜର ଅଧିକାରରୁ ବଞ୍ଚିତ ରହିଜାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଦ୍ୟୁତ ଆଘାତରେ ଚାଷୀ ମୃତ

Body:ଖୋର୍ଦ୍ଧା ଇଲେକ୍ଟ୍ରି କରେଣ୍ଟ ଆଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ଟାଙ୍ଗି ଥାନା ଅନ୍ତର୍ଗତ ପଣସପୁର ଗ୍ରାମର ପଞ୍ଚୁ ପ୍ରଧାନ( ୬୨) ବୋଲି ଜଣାପଡିଛି । ପଞ୍ଚୁ ନିଜ ଚାଷ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ଆହତ ହୋଇଥିଲେ । Conclusion:ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ସେଠାରେ ପଞ୍ଚୁଙ୍କୁ ମୃତ ଘୋଷଣା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.