ETV Bharat / state

ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ନେଇ ଚାଷୀ ଚିନ୍ତାରେ, ବିନା ଅନୁମତି ଚାଷ ଜମି ଖୋଳୁଛି ଠିକା ସଂସ୍ଥା - ବରଗଡ ଚୀଷୀ

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ନେଇ ଚାଷୀ ଅସନ୍ତୋଷ। ଚୀଷୀଙ୍କ ବିନା ଅନୁମତିରେ ଜମିରେ ଗାତ ଖୋଳି ପାଇପ ବିଛାଉଛି ଠିକା କମ୍ପାନୀ। ପ୍ରଶ୍ନ କଲେ ଚୀଷୀଙ୍କୁ ନାଲି ଆଖି ଦେଖାଉଛି ପ୍ରକଳ୍ପ କାମ କରୁଥିଲା କମ୍ପାନୀ। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ। ଅଧିକ ପଢନ୍ତୁ

Farmers facing problem for gangadhar water project

author img

By

Published : Apr 30, 2023, 3:55 PM IST

ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ନେଇ ଚାଷୀ ଚିନ୍ତାରେ

ବରଗଡ: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ । ଚାଷୀଙ୍କ ଜମିକୁ ବେଆଇନ ଭାବେ ଖୋଳି ମାଟି ପକାଇ ନଷ୍ଟ କରିଦେଉଥିବା ନେଇ ଠିକା ସଂସ୍ଥା ବିରୋଧରେ ଧୀରେଧୀରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଆନ୍ଦୋଳନ। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଲିଛି ମାଟିତଳେ ପାଇପ ଲାଇନ ବିଛାଇବା କାମ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ଏବଂ ପ୍ରାୟ ୩୫,୬୦୦କୃଷକ ଉପକୃତ ହେବେ । ରାଜ୍ୟ ସରକାର ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପ କରିଥିବା ବେଳେ କିନ୍ତୁ ନିର୍ମାଣ କାର୍ଯ୍ୟ ତୁଲାଉଥିବା ଠିକା ସଂସ୍ଥାର ଦାଦାଗିରି ପାଇଁ ଆଜି ବରଗଡ଼ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢିବାରେ ଲାଗିଛି ।

ଠିକା ସଂସ୍ଥାମାନେ ଚାଷୀମାନଙ୍କର ଚାଷ ଜମି ଭିତରେ ପଶି ଚାଷୀର ବିନା ଅନୁମତିରେ, ବିନା ସହମତିରେ ରାତାରାତି ଜମିକୁ ଖୋଲି ପକାଇ ଚାଷ ଜମି ନଷ୍ଟ କରି କରୁଛନ୍ତି ପାଇପ ସଂଯୋଗ । ଗୋଟିଏ ପଟେ ରାଜ୍ୟ ସରକାର 2024 ନିର୍ବାଚନକୁ ଆଖି ଆଗରେ ରଖି ବିରାଟ ପ୍ରକଳ୍ପ ଲୋକଙ୍କ ପାଖକୁ ଆଣିଥିବା ବେଳେ କିନ୍ତୁ ଅପରପଟେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଠିକ ଓଲଟା ପରିଣତି ପାଇଁ ବିରୋଧୀଙ୍କୁ ଖୁରାକ ଯୋଗେଇ ଦେଇଛି।

ସୂଚନା ଅନୁଯାୟୀ, ଓଡିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି ଓ ସୋହେଲା ବ୍ଲକସହିତ ସୁବର୍ଣପୁର ଜିଲ୍ଲାର ଡ଼ୁଙ୍ଗୁରୀପାଲି ବ୍ଲକର ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ପାଇଁ ଏହି ପ୍ରକଳ୍ପ ରାମ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ଫେବୃଆରୀ ୨୧ ତାରିଖରେ ବିଜେପୁର ଠାରେ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପରେ ଜଳ ବଣ୍ଟନ ପାଇଁ ମାଟିତଳେ ପାଣି ପାଇପ ବିଛାଇବା କାର୍ଯ୍ୟ ପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର୍ସ ଲିମିଚେଡ ଓ ଏଲ ଆଣ୍ଡ ଟି କନଷ୍ଟ୍ରକ୍ସ କମ୍ପାନୀ ସରକାରଙ୍କ ସହିତ ଚୁକ୍ତିନାମା କରି କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ 15 ଫୁଟ୍‌ର ଗାତ ଖୋଳି 10 ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପାଇପକୁ ମାଟିତଳେ ପୋତାଯିବାର ନିୟମ ରହିଛି । ଯେପରି ପରବର୍ତ୍ତୀ ମୁହୂର୍ତ୍ତରେ ଚାଷୀକୁ ତାର ଚାଷ କାମରେ କୌଣସି ଅସୁବିଧା ନହୁଏ।

ଅନ୍ୟପଟେ ଚାଷୀ ମାନଙ୍କ ସହିତ ଆପୋଷ ଆଲୋଚନା କରାଯାଇ ସମାଧାନ ପୂର୍ବକ ଏହି ପାଇପ ଲାଇନ କାମ କରାଯିବାର ନିର୍ଦେଶନାମା ରହିଛି । ମାତ୍ର କାମ କରୁଥିବା ଉଭୟ ଠିକା କମ୍ପାନୀ ଚାଷୀଙ୍କ ବିଲ୍‌କୁ ବେଆଇନ ଭାବେ ପଶି ମନମୁଖୀ ମାଟି ଖୋଲି ଚାଲିଛନ୍ତି ଏବଂ ଚାଷୀ ଏହାକୁ ବିରୋଧ କଲେ ସରକାରଙ୍କ ନିର୍ଦେଶ ଅନୁଯାୟୀ କାମଚାଲିଛି ଏହାକୁ ଅଟକାଇଲେ ଜେଲ ଯିବାକୁ ପଡିବ କହି ଭୟଭୀତକରୁଥିବା ଅଭିଯୋଗ ହୋଇଛି । ଚାଷୀର ବିଳରୁ 15 ଫୁଟ ତଳକୁ ମାଟି ଖୋଳାଯାଇ ଉଭୟ ପାର୍ଶ୍ଵରେ ପ୍ରାୟ 80 ଫୁଟ ଚାଷ ଜମିରେ ମାଟି ପକାଇ ଦିଆଯାଇଛି। ଯାହାଫଳରେ ବିଲରେ ମାଟି ଭର୍ତ୍ତି ହୋଇ ଆଉ ଚାଷ ଉପଯୋଗୀ ହୋଇ ରହିନାହି । ଠିକା କମ୍ପାନୀର ଦାଦାଗିରି ଯୋଗୁ ଚାଷ ଛାଡିବାକୁ ବାଧ୍ୟ ହେଉଛି ଚାଷୀ । ନିଜ ଆଖି ଆଗରେ ନିଜ ଫସଲକୁ ମାଟିରେ ମିଶୁଥିବା ଦେଖୁଛି ଚାଷୀ । କମ୍ପାନୀର ଏପରି ଅତ୍ୟାଚାରରେ ଅତିଷ୍ଟ ହୋଇ ଚାଷୀକୁଳ ପ୍ରଶାସନର ଦ୍ଵାରସ୍ଥ ହେଲେ ମଧ୍ୟ କେହି ଶୁଣୁନାହାନ୍ତି ।

ଅନ୍ୟପଟେ ଚାଷୀର ବିଲରେ ମାଡିଥିବା ପାଣି ଗୋଟିଏ ପଟରୁ ଅନ୍ୟ ପଟକୁ ଯାଉନଥିବାରୁ ଚାଷ କାମ ଠପ ହୋଇଛି । କମ୍ପାନୀ ନିଜ କାମ ସାରି ଚାଲିଗଲା ପରେ ମଧ୍ୟ ଚାଷୀର ବିଲକୁ ପୁଣି ଚାଷ ଉପଯୋଗୀ କରିବାକୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ଏବଂ ଦୀର୍ଘ ସମୟ ଲାଗିବ । କିଛି ସ୍ଥାନରେ ମାଟିତଳେ ପୋତାଯାଇଥିବା ବିରାଟ ପାଣି ପାଇପ ଉପରୁ ମଧ୍ୟ ଦେଖାଯାଉଛି । ତେବେ ସେହି ସ୍ଥାନରେ ଚାଷୀ କିପରି ନିଜ ବିଲରେ ଚାଷକାମ କିପରି କରିବ ଏହାକୁ ନେଇ ଅଭିଯୋଗ କଲେ ମଧ୍ୟ କମ୍ପାନୀ ଆଦୌ ଶୁଣୁନାହିଁ । Megha Engineering & Infrastructures Limited ନାମକ ଠିକା କମ୍ପାନୀର ପ୍ରୋଜେକ୍ଟ ହେଡ ଭି.ପ୍ରସନ୍ନ ଏବଂ ମ୍ୟାନେଜର ଶ୍ରୀକାନ୍ତ ନାଏକ ନାମକ ଦୁଇ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି ।

ଗଙ୍ଗାଧର ଜଳ ପ୍ରକଳ୍ପ ପାଇଁ ଚାଷୀମାନେ ସ୍ୱତଃ ସହଯୋଗ କରିବାକୁ ଆଗେଇ ଆସୁଥିବା ବେଳେ ଠିକା କମ୍ପାନୀର ଏପରି ଦାଦାଗିରି ଯୋଗୁଁ ଆଜି ଚାଷୀ ମହଲରେ ଅସନ୍ତୋଷ ଲାଗି ରହିଛି । ଠିକା କମ୍ପାନୀର ଏପରି କାର୍ଯ୍ୟକଳାପ ପାଇଁ ଲୋକଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି । ଗୋଟେ ପଟେ ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ ଆସ୍ଥା ଓ ବିଶ୍ୱାସ ଜିଣିପାରିଥିବା ବେଳେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଇଛି । 10 ଫୁଟ ମାଟି ତଳେ ପାଇପ ବିଛାଇବାର ନିୟମ ରହିଥିବା ବେଳେ ଅନେକ ଚାଷୀଙ୍କ ବିଲରେ ଏହି ପାଇପ ଗୁଡ଼ିକ ଉପରୁ ଦେଖା ଯାଉଛି । ଯାହାଫଳରେ ଚାଷୀ ବିଲରେ ଚାଷ କାମ କରି ପାରୁନାହାନ୍ତି। ଏଥି ପାଇଁ ଚାଷୀଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇନାହିଁ । ତେବେ ଏହା ସରକାରଙ୍କ ଯୋଜନା ଏବଂ ସରକାରଙ୍କ ଆଦେଶ ଅନୁଯାୟୀ କାମ ଚାଲିଛି କହି ଠିକା କମ୍ପାନୀ ଲୋକଙ୍କୁ ଠକି ଚାଲିଛି । ଯାହାଫଳରେ ରାଜ୍ୟ ସରକାରଙ୍କ ଉପରେ ବରଗଡ଼ ଜିଲ୍ଲାର ଚାଷୀଙ୍କ ଆକ୍ରୋଶ ବଢିବାର ଲାଗିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.