ETV Bharat / state

ଗ୍ୟାସ ଫାଟି ଜଳିଗଲା ଚାଷୀଙ୍କ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

author img

By

Published : Jul 11, 2021, 9:46 PM IST

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର । ଘରର ସମସ୍ତ ଜିନିଷପତ୍ର ନିଆଁରେ ପୋଡି଼ି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜହ୍ନାପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଅଧିକ ପଢ଼ନ୍ତୁ...

ଗ୍ୟାସ ଫାଟି ଜଳିଗଲା ଚାଷୀଙ୍କ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଗ୍ୟାସ ଫାଟି ଜଳିଗଲା ଚାଷୀଙ୍କ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବରଗଡ଼: ଗ୍ୟାସ ଟାଙ୍କି ଫାଟି ଜଲିଗଲା ଘର । ଘରର ସମସ୍ତ ଜିନିଷପତ୍ର ନିଆଁରେ ପୋଡି଼ି ନଷ୍ଟ ହୋଇଯାଇଥିବାବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜହ୍ନାପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜହ୍ନାପଡା ପଞ୍ଚାୟତ ଖଲିଆ ପାଲି ଆନ୍ଧ୍ରପଡ଼ା ଗାଁରେ ଏମ ସାରା ରାଓ ନାମକ ଜଣେ ଚାଷୀଙ୍କ ଚାଳ ଘରେ ରୋଷେଇ ସମୟରେ ଅଚାନକ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ପୁରା ଘର ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା ।

ଘରେ ନିଆଁ ଲାଗିବା ଯୋଗୁଁ ପରିବାରର ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ତେବେ ଏହି ଗ୍ୟାସ ବିସ୍ଫୋରଣରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଚାଷୀଙ୍କ ଘରେ ଆସବାବପତ୍ର ସହ 80 ହଜାର ଟଙ୍କା ଏବଂ 4 ଭରି ସୁନା ଅଳଙ୍କାର ରହିଥିଲା । ଏମ ସାରା ରାଓ ଚାଷ କାର୍ଯ୍ୟ କରି ନିଜ ପରିବାର ଭରଣପୋଷଣ କରନ୍ତି । ଫସଲ ବିକ୍ରି କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଆରାମରେ ଚଳି ଯାଉଥିଲେ ।

କିନ୍ତୁ ବର୍ତ୍ତମାନ ଘର ପୋଡ଼ିଯିବାରୁ ବାସହରା ହୋଇ ପଡ଼ିଛି ଏହି ପରିବାର । ପରିବାରର ଏହି ଦୁଃଖ ସମୟରେ ସମାଜ ସେବୀ ସୁଶାନ୍ତ ମିଶ୍ର ନଗଦ ୧୫୦୦ ଟଙ୍କା ଏବଂ ୮ ଦିନର ରାସନ୍ ସାମଗ୍ରୀ ପରିବାରଙ୍କୁ ପ୍ରଦାନ କରିଛନ୍ତି । ଏବେ କିଛି ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଏହି ପରିବାର ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.