ETV Bharat / state

ମିଳୁନି ଫସଲ ବୀମା ରାଶି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଫସଲ ବୀମା ରାଶି ନମିଳିବାରୁ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଚାଷୀ । ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନର ଦେଲେ ଚେତାବନୀ । ଅଧିକ ପଢନ୍ତୁ...

author img

By

Published : Oct 6, 2020, 7:26 AM IST

farmer went to the district collector office because the crop insurance money was not available
ଫସଲ ବୀମା ରାଶି ନମିଳିବାରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଚାଷୀ

ବରଗଡ : ଖରିଫ ଫସଲର ବୀମା ରାଶି ନମିଳିବାରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଚାଷୀ । ଚାଷୀ ନିଜ ଫସଲର ବୀମା ପ୍ରିମିୟମ ପ୍ରଦାନ କରିଥିଲେ ସୁଦ୍ଧା ଫସଲ କ୍ଷତିର ବିମାରାଶି ପ୍ରଦାନ କରାଯାଉନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଚାଷୀ ମାନଙ୍କୁ ନିଜର ହକ ପାଇଁ ଆନ୍ଦୋଳନ କରିବାକୁ ପଡୁଛି । 2019 ଖରିଫ ଫସଲର କ୍ଷତିପୂରଣ ବୀମା କମ୍ପାନୀ ଦେଇନଥିବା ଅଭିଯୋଗ ହୋଇଛି । ଏନେଇ ଏକ ଦାବିପତ୍ର ବରଗଡ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଏସ ଡୁମେରପାଳି ଗାଁର ଚାଷୀ ।

ଏହି ଅଞ୍ଚଳର କିଛି ଚାଷୀ କୃଷିବୀମା ରାଶି ପାଇଥିବା ବେଳେ ଅନେକ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି । ସମୁଦାୟ 136 ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର 30 ଜଣ ଚାଷୀ ବୀମାରାଶି ପାଇଛନ୍ତି । ଏହାସହ 106 ଜଣ ଏଥିରୁ ବଞ୍ଚିତ ହୋଇଛନ୍ତି । ତେବେ,ବୀମାରାଶି ପ୍ରାପ୍ତ ପାଇଁ ବିହିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେସ ସରାପ୍‌ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.