ETV Bharat / state

ବିଦ୍ୟୁତ୍‌ ବିଭ୍ରାଟ ଅଭିଯୋଗ, SDOଙ୍କୁ ଦାବିପତ୍ର ଦେଲେ ଚାଷୀ ସଂଗଠନ - ବରଗଡରେ ବିଦ୍ୟୁତ୍‌ ବିଭ୍ରାଟ ଅଭିଯୋଗ

ଗ୍ରୀଷ୍ମ ଆରମ୍ଭ ନହେଉ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ପରି ବ୍ୟାପକ ବିଦ୍ୟୁତ୍‌ ବିଭ୍ରାଟ ଆରମ୍ଭ ହୋଇ ଯାଇଛି । ବରଗଡ଼ ଜିଲ୍ଲା ଘେଁସ ଅଞ୍ଚଳରେ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ବିଦ୍ୟୁତ୍‌ ବିଭ୍ରାଟ ଅଭିଯୋଗ, ଏସଡିଓଙ୍କୁ ଦାବିପତ୍ର ଦେଲେ ଚାଷୀ ସଂଗଠନ

author img

By

Published : Mar 17, 2022, 7:16 AM IST

ବରଗଡ: ଗ୍ରୀଷ୍ମ ଆରମ୍ଭ ନହେଉ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ପରି ବ୍ୟାପକ ବିଦ୍ୟୁତ୍‌ ବିଭ୍ରାଟ ଆରମ୍ଭ ହୋଇଯାଇଛି । ବରଗଡ଼ ଜିଲ୍ଲା ଘେଁସ ଅଞ୍ଚଳରେ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଏହି ସମସ୍ୟାର ସମାଧାନ ନେଇ ଘେଁସ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଦ୍ୟୁତ୍‌ ବିଭ୍ରାଟ ଅଭିଯୋଗ, ଏସଡିଓଙ୍କୁ ଦାବିପତ୍ର ଦେଲେ ଚାଷୀ ସଂଗଠନ

ବିଦ୍ୟୁତ୍‌ ବିଭାଗକୁ ଟାଟା ପାୱାର ନିଜ ହାତକୁ ନେବା ପରେ ବରଗଡ଼ ଜିଲ୍ଲାର କୃଷକଙ୍କୁ ନାନା ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଛି । ଧାନ ବିକ୍ରି ପାଇଁ ଜମି ପଞ୍ଜିକରଣ ସମୟରେ ଚାଷୀଙ୍କୁ ଅଣ ଜଳସେଚିତ ଅଞ୍ଚଳରେ ଇଲେକ୍ଟ୍ରି ବିଲ ଦେବା ବାଧ୍ୟତାମୂଳକ କରାଯାଇ ଥିବାରୁ ଇଲେକ୍ଟ୍ରି ବିଲ ମାଗିଲେ ଟାଟା ପାୱାର 10 ହଜାର ଟଙ୍କା ଜମା ନ ଦେଲେ ଚାଷୀକୁ ସେହି ଅଞ୍ଚଳର ବିଲ ଦିଆଯିବ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

ସେହିଭଳି କୃଷକଙ୍କ ଉପରେ ଟାଟା ପାୱାରର ଏପରି ଦାଦାଗିରିକୁ ବିରୋଧ କରି ସହିତ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଘେସଁ ପକ୍ଷରୁ ଇଲେକ୍ଟ୍ରି ଏସଡିଓ (SDO) ଏବଂ ସେକ୍ସନାଲ ଅଫିସରଙ୍କୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି । ବିଦ୍ୟୁତ କାଟ, ଲୋ ଭୋଲଟେ୍ଜ଼‌,ବିଦ୍ୟୁତ ବିଲ ଇତ୍ୟାଦି ସମସ୍ୟାର ସମାଧାନ କରାଯାଉ ଓ ଚାଷୀଙ୍କୁ 10 ହଜାର ଟଙ୍କା ଦାବି କରାନଯାଇ 4 ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ଚାଷୀଙ୍କୁ ଅଧିକ ଟଙ୍କା ଦାବିକରାଯାଇ ପୂର୍ବପରି ପୁଣି ଲୋ ଭୋଲଟେଜ ଓ ବିଦ୍ୟୁତ କାଟ କରାଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.