ETV Bharat / state

ବୀମା କମ୍ପାନୀର ଜାଲ ରିସିଫ୍ଟରେ ଚାଲିଛି ଚାଷୀଙ୍କୁ ଠକେଇ - ଗାଇସିଲେଟ ବ୍ଲକ

ଗାଇସିଲେଟ ବ୍ଲକ ଅଞ୍ଚଳରେ ଶତାଧିକ ଚାଷୀଙ୍କ ଠାରୁ ଫସଲ ବୀମାରେ ଠକେଇ ଅଭିଯୋଗ ହୋଇଛି | ଜାଲ ନୋଟ, ଜାଲ ପଟ୍ଟା ପରେ ଏବେ ଠକଙ୍କ ଆଖି ପଡିଛି ଚାଷୀଙ୍କ ଫସଲ ବୀମା ଉପରେ | ଅଧିକ ପଢନ୍ତୁ...

ଫସଲବୀମା ନାରେ ଚାଷୀଙ୍କୁ ଠକେଇ , ବୀମା କମ୍ପାନୀର ଜାଲ ରିସିଫ୍ଟରେ ଚାଲିଛି ଠକାମୀ

author img

By

Published : Sep 11, 2020, 6:06 AM IST

ବରଗଡ:ଗାଇସିଲେଟ ବ୍ଲକ ଅଞ୍ଚଳରେ ଶତାଧିକ ଚାଷୀଙ୍କ ଠାରୁ ଫସଲ ବୀମାରେ ଠକେଇ ଅଭିଯୋଗ ହୋଇଛି | ଚାଷୀଙ୍କ ଠାରେ ଫସଲ ବୀମା ରାଶି ପ୍ରଦାନ କରିଥିବା ରିସିଫ୍ଟ ପ୍ରମାଣ ରହିଥିବା ବେଳେ ବୀମା କମ୍ପାନୀ ତାଙ୍କର ରିସିଫ୍ଟ ନୁହେଁ କହି ଏହା ଜାଲ ବୋଲି କହିଛନ୍ତି |

ଫସଲବୀମା ନାରେ ଚାଷୀଙ୍କୁ ଠକେଇ , ବୀମା କମ୍ପାନୀର ଜାଲ ରିସିଫ୍ଟରେ ଚାଲିଛି ଠକାମୀ

ତେବେ ଏପରି ଠକାମୀ କରାଯାଇଥିବା ଘଟଣା ପଦାକୁ ଆସିବା ପରେ ଥାନାରେ ପହଞ୍ଚିଛନ୍ତି ଗଇସିଲେଟ ଅଞ୍ଚଳର ଚାଷୀ | ଜାଲ ନୋଟ, ଜାଲ ପଟ୍ଟା ପରେ ଏବେ ଠକଙ୍କ ଆଖି ପଡିଛି ଚାଷୀଙ୍କ ଫସଲ ବୀମା ଉପରେ | ବହୁ ଚାଷୀଙ୍କ ଫସଲ ବୀମା କରାଇ ଦେବା କହି କମ୍ପ୍ୟୁଟରରେ ନକଲି ରିସିଫ୍ଟ ଦେଇ ନିଜେ ଟଙ୍କା ହଡପ କରିଦେଉଥିବା ଅଭିଯୋଗ ଆସିଛି |

ପୋଲିସ ଏବଂ ବୀମା କମ୍ପାନୀ ଏପରି ଠକାମୀ କରାଯାଉଥିବା ଘଟଣା ବିଷୟରେ ଅବଗତ ରହିଥିଲେ ମଧ୍ୟ ନାଁ କମ୍ପାନୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ନାଁ ପୋଲିସ ପୋଲିସ ମଧ୍ୟ ଏହାର ସଠିକ ତଦନ୍ତ କରୁଛି | ତେବେ ଚାଷୀଙ୍କୁ ଚୂନା ଲଗାଉଠୁବା ଠକମାନଙ୍କୁ ଶୀଘ୍ର କାବୁ କରିବାକୁ ଦାବି ଜୋର ଧରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.