ETV Bharat / state

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବିରେ ଟାଉନ ଥାନା ଘେରାଉ - ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବି

ବାଇକ ଧକ୍କାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ମୃତ ବ୍ୟକ୍ତିଙ୍କୁ ଆଣି ଟାଉନ ଥାନାର ଦ୍ଵାରସ୍ଥ ହେଲେ ମୃତକଙ୍କ ପରିବାର ବର୍ଗ । ଅଧିକ ପଢନ୍ତୁ...

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବିରେ ଟାଉନ ଥାନା ଘେରାଉ

author img

By

Published : Jun 26, 2021, 7:33 PM IST

ବରଗଡ: ବାଇକ ଧକ୍କାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ମୃତ ବ୍ୟକ୍ତିଙ୍କ ଆଣି ଟାଉନ ଥାନାର ଦ୍ଵାରସ୍ଥ ହେଲେ ମୃତକଙ୍କ ପରିବାର ବର୍ଗ । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ଦାବି ନେଇ ଟାଉନ ଥାନାର ଦ୍ୱାରସ୍ଥ ହେଲେ ଜମୁଡ଼ା ଗ୍ରାମବାସୀ ।

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବିରେ ଟାଉନ ଥାନା ଘେରାଉ
ବରଗଡ ସଦର ବ୍ଲକ ଅନ୍ତର୍ଗତ ଜମୁର୍ଡ଼ା ଗ୍ରାମର ବିଭୁତି ଭୂଷଣ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୨୪ ତାରିଖ ବରଗଡ ଓଭର ବ୍ରିଜ ନିକଟରେ ଗୋଟେ ପେସନ ପ୍ରୋ ଗାଡି ପଛପଟୁ ଧକ୍କା ଦେଇଥିଲା । ଫଳରେ ବ୍ୟକ୍ତି ଜଣକ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଖେଦାପାଳି ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆଜି(ଶନିବାର) ସକାଳୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାରବର୍ଗ ମୃତ୍ୟୁଦେହ ଆଣି ଟାଉନ ଥାନା ଦ୍ଵାରସ୍ଥ ହେବା ସହ କ୍ଷତିପୂରଣ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ମଧ୍ୟ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିକୁ ଥାନାରେ ଅଟକ ରଖିଥିବାବେଳେ କ୍ଷତିପୂରଣ ପାଇଁ ଆଲୋଚନା କରିଛନ୍ତି ଉଭୟ ପକ୍ଷ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.