ETV Bharat / state

ଯୌତୁକ ଜୁଇରେ ଜଳିଗଲେ ମହିଳା, ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ - ବରଗଡ଼ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଯୌତୁକ ଜୁଇରେ ମହିଳା । ଯୌତୁକ ନଦେବାରୁ ବୋହୁକୁ ତଣ୍ଟି ଚିପି ମାରିଦେଲେ ସ୍ଵାମୀ ଓ ଶାଶୁ ଶ୍ଵଶୁର। ବର୍ଷେ ତଳେ ପ୍ରେମ ବିବାହ କରିଥିବା ବେଳେ ଯୌତୁକ ଲୋଭରେ ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ଅଧିକ ପଢ଼ନ୍ତୁ

ଯୌତୁକ ଜୁଇରେ ଜଳିଗଲେ ମହିଳା
ଯୌତୁକ ଜୁଇରେ ଜଳିଗଲେ ମହିଳା
author img

By ETV Bharat Odisha Team

Published : Sep 23, 2023, 10:24 PM IST

ଯୌତୁକ ଜୁଇରେ ଜଳିଗଲେ ମହିଳା

ବରଗଡ଼: ଯୌତୁକ ଜୁଇରେ ମହିଳା। ଯୌତୁକ ନଦେବାରୁ ବୋହୁକୁ ତଣ୍ଟି ଚିପି ମାରିଦେଲେ ସ୍ଵାମୀ ଓ ଶାଶୁ ଶ୍ଵଶୁର। ବର୍ଷେ ତଳେ ପ୍ରେମ ବିବାହ କରିଥିବା ବେଳେ ଯୌତୁକ ଲୋଭରେ ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ। ତେବେ ମୃତ ମହିଳାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କଲାପରେ ପୋଲିସ ଅଭିଯୁକ୍ତ ସ୍ଵାମୀକୁ ହତ୍ୟା ଅଭିଯୋଗରେ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ଅନ୍ତର୍ଗତ ଲୁକାପଡାର ଗଙ୍ଗାଧର ନନ୍ଦଙ୍କ 21 ବର୍ଷର ଝିଅ ସୁରମା ନନ୍ଦ ଗତ ବର୍ଷ ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁସନପୁରୀ ଗ୍ରାମର ସାଗର କୁଶଳଙ୍କ ସହିତ ପ୍ରେମ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ବିବାହ କରାଯାଇ ଝିଅ ସୁରମା ନନ୍ଦକୁ ସାଗର କୁଶଳର ପରିବାର ଲୋକେ ଘରକୁ ଆଣିଥିଲେ । ମାତ୍ର ବିବାହ ପରେ ଧୀରେ ଧୀରେ ସ୍ଵାମୀ ସାଗର କୁଶଳ ବାରମ୍ବାର ଯୌତୁକ ଦାବି କରିଆସୁଥିଲେ । କେବଳ ସ୍ଵାମୀ ନୁହେଁ ବରଂ ମୃତ ସୁରମାଙ୍କ ଶାଶୁ ଓ ଶ୍ଵଶୁର ମଧ୍ୟ ଯୌତୁକ ଦାବି କରି ଶାରୀରିକ ନିର୍ଯାତନା ଦେଉଥିବା ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ତେବେ ମୃତ ଝିଅର ବାପା ଗଙ୍ଗାଧରଙ୍କ ଅଭିଯୋଗ କ୍ରମେ ପୁଅ ଘର ଲୋକେ ନୂଆଁଖାଇ ପୂର୍ବରୁ ଫୋନ ଯୋଗେ ଯୌତୁକ ଦାବିକରି ଗାଳିଗୁଲଜ କରିଥିଲେ। ଯୌତୁକ ନଦେବାରୁ ଗତକାଲି ସେପ୍ଟେମ୍ବର 22 ତାରିଖ ରାତିରେ ଝିଅକୁ ହତ୍ୟା କରିଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଝିଅର ମୃତ୍ୟୁ ଖବର ପାଇ ବଲାଙ୍ଗିର ଜିଲ୍ଲାରୁ ଝିଅ ପରିବାର ଲୋକେ କୁସନପୁରୀ ଗ୍ରାମକୁ ପହଞ୍ଚି ଝିଅର ମୃତ୍ୟୁ ହୋଇଯାଇଥିବା ଦେଖିଥିଲେ ଏବଂ ମୃତ ଝିଅର ବେକରେ ଚିହ୍ନ ରହିଥିବା ଦେଖିଥିଲେ । ଏହାସହ ଏନେଇ ବରଗଡ ଜିଲ୍ଲା ଭଟଲି ଥାନାରେ ଏକ ଅଭିଯୋଗ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ଯୌତୁକ ପାଇଁ ସ୍ତ୍ରୀକୁ ମାରିଲା ସ୍ବାମୀ

ତେବେ ଫୋନରେ ରେକର୍ଡ ହୋଇଥିବା ଏକ ଅଡିଓରେ ସ୍ଵାମୀ ସାଗର କୁଶଳ ସୁରମାକୁ ତଣ୍ଟି ଚିପି ହତ୍ୟା କରିଦେବ ବୋଲି ସୁରମାର ପରିବାର ଲୋକଙ୍କୁ ଧମକ ଦେଉଥିବା ସମୟରେ ସୁରମା ଚିତ୍କାର କରୁଥିବାର ଶବ୍ଦ ମଧ୍ୟ ରେକର୍ଡ ହୋଇଛି। ଯାହାକୁ ନେଇ ପୋଲିସ ପ୍ରଥମେ ସ୍ଵାମୀ ସାଗର କୁଶଳକୁ ଗିରଫ କରିବା ସହିତ ସାଇଣ୍ଟିଫିକ ଟିମର ସହାୟତାରେ ଅଧିକ ତଦନ୍ତ ଜାରିରଖିଛି । ସେପଟେ ତହସିଲଦାର ଅଙ୍କିତ ପଣ୍ଡାଙ୍କ ଉପସ୍ଥିତିରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ଘଟଣା ନାଁ ଆତ୍ମହତ୍ୟା ଘଟଣା ତାହା ଜଣାପଡିବ ବୋଲି ଭଟଲି ଥାନା ଅଧିକାରୀ ଜଣାଇଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.