ETV Bharat / state

ପଦ୍ମପୁର ଫାଇଟ, ନାମାଙ୍କନ ଭରିଲେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ - ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି । ଶେଷ ଦିନରେ 13 ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଜଣେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ

ପଦ୍ମପୁର ଫାଇଟ, ନାମାଙ୍କନ ଭରିଲେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ

author img

By

Published : Nov 18, 2022, 7:47 AM IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । 14 ତାରିଖରୁ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି କେହି ଜଣେ ବି ପ୍ରାର୍ଥୀ ନାମାଙ୍କନ ଭରିି ନଥିଲେ । ରାଜନୈତିକ ଛକାପଞ୍ଝା ଭିତରେ ସମସ୍ତ ପ୍ରାର୍ଥୀ ଗୁରୁବାର ପ୍ରାର୍ଥୀପତ୍ର ଭରିଛନ୍ତି । ମୋଟ 13 ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।

ପଦ୍ମପୁର ଫାଇଟ, ନାମାଙ୍କନ ଭରିଲେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ

ପଦ୍ମପୁର ଅଞ୍ଚଳରେ ପିଲା ଦିନରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢି ବଡ ମଣିଷ ହୋଇଛନ୍ତି ଉଦିତ । ଦେଶ ବିଦେଶ ଯାଇ ସେଠାକାର ବିକାଶ ଦେଖିବା ପରେ ଆଜି ନିଜ ଅଞ୍ଚଳର ବିକାଶ ପାଇଁ ସେ ପଦ୍ମପୁରକୁ ଫେରି ରାଜନୀତିରେ ପାଦ ଦେଇଛନ୍ତି । ଯୁବ ପିଢିଙ୍କୁ ରୋଜଗାର ଦେବା ଓ ଅଞ୍ଚଳର ବିକାଶ ସହିତ ପ୍ରକୃତିକୁ ସୁରକ୍ଷା ଦେବା ଓ ଲୋକଙ୍କ ପାଇଁ ଭଲ କାମ କରିବା ଉଦ୍ଦେଶ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି ଉଦିତ । ବୁର୍ଲାରେ ଇଞ୍ଜିନିୟରିଂ ପାଠପଢା ଶେଷ କରିବା ପରେ ଚାକିରି କରିଥିଲେ । ଏହା ପରେ ସେ ସାର୍ଟଅପ ଆରମ୍ଭ କରିଛନ୍ତି । ରାଜନୀତିକୁ ଆସି ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଭାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ଉଦିତ ବୋନ୍ଦିଆ ।

ଗୁରୁବାର ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସମୁଦାୟ 13 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପି, ବିଜେଡି, କଂଗ୍ରେସ ଦଳ ବ୍ୟତୀତ 8 ଜଣ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଉଦିତ ବୋନ୍ଦିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ଦକ୍ଷତାରେ ବିରାଟ ବ୍ୟାପାର ଛିଡା କରିବା ସହିତ ଦେଶ ବିଦେଶକୁ ଯାଇ ବହୁ ଅଭିଜ୍ଞତା ହାସଲ କରି ସାରିଛନ୍ତି ।

ପ୍ରକାଶ ଥାଉକି, ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ଶାସକ ଦଳ ବିଜେପି ବିଜୟ ସିଂ ବରିହାଙ୍କ ଝିଅକୁ ଟିକେଟ ଦେଇଥିବା ବେଳେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ଆଜିଠୁ (ଶୁକ୍ରବାର) ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । 21ରୁ ପ୍ରତ୍ୟାହାର ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.