ETV Bharat / state

ବରଗଡରେ ପ୍ରବଳ ବର୍ଷା, ଦ୍ବିତୀୟ ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ - ଶିକ୍ଷାନୁଷ୍ଠାନ ବନ୍ଦ

ତିନିଦିନ ହେବ ବରଗଡରେ ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଆଜିବି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ।

ଡିଜାଇନ ଫଟୋ
author img

By

Published : Aug 14, 2019, 11:05 AM IST

ବରଗଡ: ଲଗାତାର ତିନିଦିନ ହେବ ଜିଲ୍ଲାରେ ତୁହାକୁ ତୁହା ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ଲାଗି ଗତକାଲି(ମଙ୍ଗଳବାର) ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଆଜି(ବୁଧବାର) ବର୍ଷାକୁ ଦୃଷ୍ଟିରେ ରଖି ପୁଣି ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାର ଅନେକ ଗାଁ ପାଣି ଘେରରେ ଥିବାବେଳେ ବହୁ ମାଟି ଓ ଚାଳ ଘର ଭାଙ୍ଗିଯାଇଛି । ଏମାନଙ୍କୁ ରିଲିଫ୍‌ ଯୋଗାଇବା ଲାଗି ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଥିବାରୁ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
ତିନିଦିନ ହେବ ଲଗାତାର ବର୍ଷା କାରଣରୁ ବରଗଡ ସହରର ବହୁ ସ୍ଥାନରେ ଘର ଭିତରକୁ ପାଣି ପଶିଯାଇଛି । ସେପଟେ ବର୍ଷାରେ ବରଗଡ ଟାଉନ ଥାନା ଏବଂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରଚୁର ପାଣି ଜମିରହିଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରାଯାଇଥିଲା । ସେହିପରି ବିଭିନ୍ନ ସରକାରୀ ଅଫିସ ଓ ସରକାରୀ ବସ ଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇପଡିଛି ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ପୋଲ ଓ ବ୍ରିଜ ଗୁଡିକ ଉପରେ ବନ୍ୟାପାଣି ପ୍ରବାହିତ ହେବାରୁ ଯାତାୟାତ ଠପ ହୋଇଯାଇଛି । ବରଗଡରୁ ବଲାଙ୍ଗୀର ବସ ଚଳାଚଳ ବନ୍ଦ ରହିଥିବାବେଳେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବରପାଲି ନିକଟରେ ରେଳ ଧାରଣା ତଳୁ ମାଟି ଧୋଇହୋଇଯାଇଥିବାରୁ ବରଗଡ-ବଲାଙ୍ଗିର ଦେଇ ଟ୍ରେନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି ।

ଆଜି (ବୁଧବାର) ସକାଳ ୭ ଟା ସୁଦ୍ଧା ବରଗଡ ଜିଲ୍ଲାର ସମସ୍ତ ବ୍ଲକରେ ସମୁଦାୟ ୧୩୫୦ ମିଲିମିଟର ବର୍ଷା ହୋଇଥିବାବେଳେ ସୋହେଲା ବ୍ଲକରେ ସର୍ବାଧିକ ୧୯୭ ମିଲିମିଟର ଏବଂ ଭଟଲି ବ୍ଲକରେ ସର୍ବନିମ୍ନ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ବରଗଡ ଜିଲ୍ଲାରେ ତିନିଦିନ ହେଲା ଲଗାତାର ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଅସ୍ତବ୍ୟସ୍ତ ହୋଇଯାଇଛି ଜନଜୀବନ | ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବା ରୁ ଗତକାଲି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଜିଲ୍ଲାପ୍ରଶାସନ ବନ୍ଦ ଘୋଷଣା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଦ୍ୱିତୀୟ ଦିନ ଜିଲ୍ଳାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ଜିଲ୍ଳା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି | ଜିଲ୍ଲାର ବହୁ ସ୍ଥାନରେ ଗାଁ ଗୁଡିକ ପାଣି ଘେରରେ ରହିଥିବା ବେଳେ ଭାଙ୍ଗିଯାଇଛି ବହୁ ମାଟି ଓ ଚାଲ ଘର | ତେଣୁ ବିଦ୍ୟାଳୟ ଗୁଡିକରେ ରିଲିଫ ଯୋଗେଇଦେବା ବ୍ୟବସ୍ଥା କରାଯାଇଥିବାରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ଏବଂ କେବଳ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସିବେ ନାହି ବୋଲି ବରଗଡ ଜିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି |
Body: ଗତ ତିନିଦିନ ହେଲା ଲଗାତାର ବର୍ଷା କାରଣରୁ ବରଗଡ ସହରର ବହୁ ସ୍ଥାନରେ ଘରଭିତରକୁ ପାଣିପଶିଯାଇଛି | ବରଗଡ ଟାଉନ ଥାନାରେ ଏବଂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରଚୁର ପାଣି ଜମିରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରାଯାଇଥିଲା | ସେହିପରି ବିଭିନ୍ନ ସରକାରୀ ଅଫିସ , ସରକାରୀ ବସ ଷ୍ଟେଣ୍ଡ ସମସ୍ତ ସ୍ଥାନ ଜଳାର୍ନବ ହୋଇପଡିଛି | ଅନ୍ୟପଟେ ବିଭିନ୍ନ ସ୍ଥାନରେ ପୋଲ ଓ ବ୍ରିଜ ଗୁଡିକ ଉପରେ ବନ୍ୟାପାଣି ପ୍ରବାହିତ ହେବାରୁ ଯାତାୟାତ ଠପ ହୋଇଯାଇଛି | ବରଗଡ ରୁ ବଲାଙ୍ଗୀର ବସ ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି | ବରପାଲି ନିକଟରେ ରେଳ ଧାରଣା ତଳୁ ମାଟି ଧୋଇହୋଇଯାଇଥିବା କାରଣରୁ ବରଗଡ ବଲାଙ୍ଗିର ଦେଇ ଟ୍ରେନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି | ଆଜି ୧୪ ତାରିଖ ସକାଳ ୭ ଟା ସୁଦ୍ଧା ବରଗଡ ଜିଲ୍ଲାର ସମସ୍ତ ବ୍ଲକରେ ସମୁଦାୟ ୧୩୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ସୋହେଲା ବ୍ଲକରେ ସର୍ବାଧିକ ୧୯୭ ମିଲିମିଟର ଏବଂ ଭଟଲି ବ୍ଲକରେ ସର୍ବନିମ୍ନ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି |

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.