ETV Bharat / state

ଉଭାନ ବର୍ଷା, ଚିନ୍ତାରେ ବରଗଡ଼ର ଚାଷୀ - bargarh farmer

ଚାଷୀଙ୍କ ମୁହଁରୁ ହଜିଯାଇଛି ହସ । ଆଖି ଆଗରେ ଉଜୁଡି ଯାଉଛି ଅମଳ ଫସଲ । ରାଜ୍ୟରେ କମ ବର୍ଷା ଯୋଗୁଁ ବରଗଡ ଚାଷୀ ଏବେ ଚିନ୍ତାରେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ
author img

By

Published : Jul 23, 2019, 9:49 PM IST

ବରଗଡ଼: ଚାଷୀଙ୍କ ମୁହଁରୁ ହଜିଯାଇଛି ହସ । ମୌସୁମୀ ଆସି ଅସରାଏ ବର୍ଷିଦେଇ ଚାଲିଯାଇଛି ଯେ ଆଉ ଦେଖାନାହିଁ । ମୌସୁମୀର ପ୍ରଥମ ବର୍ଷାରେ ଚାଷୀ ଖୁସିରେ ତା ବିଲରେ ଚାଷକାମ ଆରମ୍ଭ କରିଦେଇଥିଲା । ହେଲେ ମୌସୁମୀ ହଜିଯିବା ସାଙ୍ଗକୁ ଚାଷୀ ମୁହଁରୁ ମଧ୍ୟ ହଜିଯାଇଛି ହଶ ଏବଂ ବର୍ଷା ଆଶାରେ ଅନାଇ ରହିଛି ଆକାଶକୁ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବରଗଡ

ଆକାଶରେ ନା ମେଘ ଅଛି ନା ଅଛି ବର୍ଷା ଫଳରେ ଚାଷୀର ଫସଲ ଉଜୁଡିବସିଲାଣି । ବରଗଡ଼ ଜିଲ୍ଲାର ବହୁ ସ୍ଥାନରେ ମରୁଡ଼ି ପରିସ୍ଥିତି ଉପୁଜିଲାଣି । ଶ୍ରାବଣ ମାସରେ ମାଟି ଫାଟି ଆଁ କରିବାକୁ ଲାଗିଲାଣି । ଧାନ ତଳି ସବୁ ବର୍ଷା ଅଭାବରେ ମରିଗଲାଣି । ପଦ୍ମପୁର , ପାଇକମାଲ , ଗାଇସିଲେଟ , ସୋହେଲା ଓ ଭଟଲି ବ୍ଲକର ବହୁ ଅଞ୍ଚଳରେ ଏପରି ପରିସ୍ଥିତି ଉପୁଜିଲାଣି ।

ଏବେ ବର୍ଷା ହେଲେ ମଧ୍ୟ ଚାଷୀ ତାର ଫସଲ ବଞ୍ଚାଇପାରିବ ନା ନାହିଁ ତାହା ସନ୍ଦେହ ରହିଛି କିନ୍ତୁ ତଥାପି ମଧ୍ୟ ଚାଷୀ ବର୍ଷା ପାଇଁ ଭଗବାନ ଭରଷାରେ ରହିଛି ।ବରଗଡ଼ ଜିଲ୍ଲାର ଚାଷୀ ବର୍ତ୍ତମାନ ଭଗବାନ ଭରଷାରେ ରହିଥିବା ବେଳେ ଆଉ ଆଠ ଦିନ ମଧ୍ୟରେ ବର୍ଷା ନହେଲେ ଜିଲ୍ଲାରେ ଚଳିତ ବର୍ଷ ମରୁଡ଼ି ଜନିତ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Intro:ବରଗଡ଼ ଜିଲ୍ଲାର ଚାଷୀଙ୍କ ମୁହଁରୁ ହଜିଯାଇଛି ହଶ । ମୌସୁମୀ ଆସି ଅଛୁରାଏ ବର୍ଷିଦେଇ ଚାଲିଯାଇଛି ଆଉ ବର୍ଷାର ଦେଖାନାହିଁ । ମୌସୁମୀ ର ପ୍ରଥମ ବର୍ଷାରେ ଚାଷୀ ଖୁସିରେ ତା ବିଲରେ ଚାଷକାମ ଆରମ୍ଭ କରିଦେଇଥିଲା ହେଲେ ମୌସୁମୀ ହଜିଯିବା ସାଙ୍ଗକୁ ଚାଷୀ ମୁହଁରୁ ମଧ୍ୟ ହଜିଯାଇଛି ହଶ ଏବଂ ବର୍ଷା ଆଶାରେ ଅନାଇ ରହିଛି ଆକାଶକୁ ।

Body:ଚଳିତ ବର୍ଷ ଦୁଇ ସପ୍ତାହ ବିଳମ୍ବରେ ମୌସୁମୀର ପ୍ରଥମ ବର୍ଷା ବରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ଏଠାକାର ଚାଷୀ ମାନେ ଖୁସିରେ ଚାଷକାମ ଆରମ୍ଭ କରିଦେଇଥିଲେ । କିନ୍ତୁ ଆଉ ଆକାଶରେ ନା ମେଘ ଅଛି ନା ଅଛି ବର୍ଷା ଫଳରେ ଚାଷୀର ଫସଲ ଉଜୁଡିବସିଲାଣି । ବରଗଡ଼ ଜିଲ୍ଲାର ବହୁ ସ୍ଥାନରେ ମରୁଡ଼ି ପରିସ୍ଥିତି ଉପୁଜିଲାଣି । ଶ୍ରାବଣ ମାସରେ ମାଟି ଫାଟି ଆଁ କରିବାକୁ ଲାଗିଲାଣି । ଧାନ ପଲହା ସବୁ ବର୍ଷା ଅଭାବରେ ମରିଗଲାଣି । ପଦ୍ମପୁର , ପାଇକମାଲ , ଗାଇସିଲେଟ , ସୋହେଲା ଓ ଭଟଲି ବ୍ଲକ୍ ର ବହୁ ଅଞ୍ଚଳରେ ଏପରି ପରିସ୍ଥିତି ଉପୁଜିଲାଣି । ଏବେ ବର୍ଷା ହେଲେ ମଧ୍ୟ ଚାଷୀ ତାର ଫସଲ ବଞ୍ଚାଇପାରିବ ନା ନାହିଁ ତାହା ସନ୍ଦେହ ରହିଛି କିନ୍ତୁ ତଥାପି ମଧ୍ୟ ଚାଷୀ ଭଗବାନ ଭରୋଷରେ ବର୍ଷାର ଆଶାରେ ରହିଛି ।

ବରଗଡ଼ ଜିଲ୍ଲାର ଚାଷୀ ବର୍ତ୍ତମାନ ଭଗବାନ ଭରଷାରେ ରହିଥିବା ବେଳେ ଆଉ ଆଠ ଦିନ ମଧ୍ୟରେ ବର୍ଷା ନହେଲେ ଜିଲ୍ଲାରେ ଚଳିତ ବର୍ଷ ମରୁଡ଼ି ଜନିତ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ।

ବାଇଟ ୧- ଲୋକନାଥ ପ୍ରଧାନ ( ଚାଷୀ , ଗାଇସିଲେଟ )
ବାଇଟ ୨- ଘନଶ୍ୟାମ ସାହୁ ( ଚାଷୀ, ପଦ୍ମପୁର)
ବାଇଟ ୩- ଭରତ ଷଡ଼ଙ୍ଗୀ ( ଚାଷୀ , ଭଟଲି )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.