ବରଗଡ: ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଆସନ୍ତା ଡିସେମ୍ବର 27 ରୁ ଜାନୁୟାରୀ 6 ପର୍ଯ୍ୟନ୍ତ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା (Dhanuyatra 2022) ମହୋତ୍ସବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସର୍ବବୃହତ ଖୋଲା ରଙ୍ଗମଞ୍ଚକୁ ଦିଆଯାଉଛି ନୂଆ ରୂପ । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦ ରହିଥିଲା ବରଗଡ ଧନୁଯାତ୍ରା । ଚଳିତ ବର୍ଷ ଏହି ଧନୁଯାତ୍ରା ପୁଣି ଥରେ ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଖେଳିଯାଇଛି । ଧନୁଯାତ୍ରା ପାଇଁ ପୁରା ପଶ୍ଚିମାଞ୍ଚଳରେ ଏବେ ଖୁସିର ମାହୋଲ ।
ଚଳିତ ବର୍ଷ ଧନୁଯାତ୍ରା 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଡାଇମଣ୍ଡ ଜୁବୁଲି ପାଳନ କରାଯାଉଛି । ଧନୁଯାତ୍ରାକୁ ଅଧିକ ଆକୃଷ୍ଟ ଓ ସୁନ୍ଦର କରିବାକୁ ଜିଲ୍ଲା ପ୍ରଶାସନ ଓ ଧନୁଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ ଭୂମିକାରେ ଅଭିନୟ ପାଇଁ ନୂତନ କଳାକାର ଚୟନ ପାଇଁ ଅଡିସନ ମଧ୍ୟ ଆରମ୍ଭ ହୋଇଯାଇଛି । ଚାଲିଛି କଳାକାର ଚୟନ ପ୍ରକ୍ରିୟା । କାଲି ନିର୍ଣ୍ଣୟ ହେବ କିଏ ହେବେ କଂସ ।
ଏହା ମଧ୍ୟ ପଢନ୍ତୁ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ଭୋଟ ମାଧ୍ୟମରେ ହେବ କଳାକାର ଚୟନ
ଆଉ କିଛି ଦିନ ପରେ ବରଗଡରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଯେଉଁଥିରେ ବରଗଡ ସହର ପାଲଟି ଯାଏ ମଥୁରା ନଗରୀ । ସମସ୍ତ ଜନସାଧାରଣ ପାଲଟିଯାନ୍ତି ମହାରାଜା କଂଶଙ୍କର ପ୍ରଜା । ସେହିପରି ଅମ୍ବାପାଲି ମଧ୍ୟ ଗୋପପୁରରେ ପରିବର୍ତ୍ତନ ହୋଇଥାଏ । କୃଷ୍ଣ ଲୀଳାରେ ହଜିଯାନ୍ତି ଗୋପପୁରବାସୀ । ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିବା କଂସ ଭୂମିକା ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ଅଭିନୟ ପାଇଁ ନୂତନ କଳାକାର ମାନଙ୍କର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ: Padmapur By-Poll: ପଦ୍ମପୁରରେ ଥିଲା ଦ୍ୱୈତ ବିଧାୟକ ପ୍ରଥା, ନିର୍ବାଚନମଣ୍ଡଳୀରୁ ଆସିଛନ୍ତି ପାୱାରଫୁଲ ମନ୍ତ୍ରୀ
ତିନିଦିନ ଧରି ଏହି କଳାକାର ଚୟନ ହେବାକୁ ଥିବା ବେଳେ ପ୍ରଥମ ଦିନରେ ମହାରାଜା ଉଗ୍ରସେନ, ବାସୁଦେବ, ଦେବକୀ, ସେନାପତି ଓ ନାରଦ ଭୂମିକାରେ ଅଭିନୟ ପାଇଁ କଳାକାର ମାନେ ନିଜ ପରିଦର୍ଶିତା ବିଚାରକ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପନ କରିସାରିଛନ୍ତି । ଉଗ୍ରସେନ ଚରିତ୍ର ପାଇଁ 7 ଜଣ ଆବେଦନ କରିଥିବା ବେଳ 6 ଜଣ ଉପସ୍ଥିତ ଥିଲେ । ବାସୁଦେବ ଚରିତ୍ର ପାଇଁ 19 ଜଣ ଆବେଦନ କରିଥିବା ବେଳେ 14 ଜଣ ଉପସ୍ଥିତ ଥିଲେ । ଦେବକୀ ପାଇଁ 8 ଜଣ ଆବେଦନକାରୀ ମଧ୍ୟରୁ 4 ଜଣ ଉପସ୍ଥିତ ଥିଲେ । ସେନାପତି ପାଇଁ 37 ଜଣ ଆବେଦନକାରୀ ମଧ୍ୟରୁ 24 ଜଣ ଓ ନାରଦ ଭୂମିକା ପାଇଁ 14 ଜଣ ଆବେଦନକାରୀଙ୍କ ମଧ୍ୟରୁ 7 ଜଣ କଳାକାର ଉପସ୍ଥିତ ରହି ଅଡିସନରେ ଭାଗ ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ: Padmapur By Poll: ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦେଲା ବିଜେଡି, କହିଲେ ବିଜୟ ସୁନିଶ୍ଚିତ
ସେହିପରି ଦ୍ଵିତୀୟ ଦିନରେ ଚଣ୍ଡୁର, ମୁଷ୍ଟିକ , ମହାମନ୍ତ୍ରୀ , ଅକୃର ଓ ସର୍ତ୍ତିକ ଭୂମିକାରେ ଅଭିନୟ ପାଇଁ କଳାକାର ମାନଙ୍କର ଚୟନ ପ୍ରକ୍ରିୟା ରହିଛି । ଆସନ୍ତାକାଲି ଅଡିସନର ଶେଷ ଦିନରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ହେବ । କେବଳ କଂସ ଭୂମିକାରେ ଅଭିନୟ ପାଇଁ 58 ଜଣ କଳାକାର ଆବେଦନ କରିଥିବା ବେଳେ ପୂର୍ବରୁ ଅଭିନୟ କରିସାରିଥିବା, 3 ଜଣ କଂସ କଳାକାରଙ୍କର ବୟସ 60 ବର୍ଷ ହୋଇଥିବାରୁ ସେମାନଙ୍କୁ ବାଦ ଦିଆଯାଇଛି । ତେବେ ଧନୁଯାତ୍ରା ପୂର୍ବରୁ କଳାକାର ଚୟନ ସ୍ଥାନରେ କଳାକାର ମାନଙ୍କ ଅଟ୍ଟହାସ୍ୟ ଓ ଗର୍ଜନରେ ଧନୁଯାତ୍ରା ପରି ମାହୋଲ ଦେଖାଦେଇଛି ବରଗଡରେ ।
ଏହା ମଧ୍ୟ ପଢନ୍ତୁ: Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !
ବିଚାରକ ମଣ୍ଡଳୀ କଳାକାର ମାନଙ୍କର ଦକ୍ଷତା ନିରୂପଣ କରୁଛନ୍ତି । ଏହି ବିଚାରକ ମଣ୍ଡଳୀର ସଭ୍ୟ ଭାବେ ସମ୍ବଲପୁର ଜିଲ୍ଲାର ବ୍ରଜେନ୍ଦ୍ର ନାୟକ, କଳାହାଣ୍ଡି ଜିଲ୍ଲାର ପ୍ରଦୀପ ଡି. ମାଝୀ, ବଲାଙ୍ଗୀର ଜିଲ୍ଲାର ଜମାଲ ଖାନ, ଦେବଗଡ ଜିଲ୍ଲାର ହେମନ୍ତ ମହାପାତ୍ର ଓ ବରଗଡ ଜିଲ୍ଲାର ଲିଟୁ ମହାନ୍ତି, ପଦ୍ମପୁରର ଅଶୋକ ବହିଦାର, ବିଜେପୁରର ଶ୍ରୀଲାଲ ସାଗର ପ୍ରମୁଖ ରହିଛନ୍ତି । ତେବେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଆସି ନିଜର ଦକ୍ଷତା ଦେଖାଇ ଯାଉଛନ୍ତି ।
ଇଟିଭି ଭାରତ, ବରଗଡ